ବାଲେଶ୍ବର: ପ୍ରଜନନ ଋତୁରେ ସମୁଦ୍ରରୁ ମାଛ ମାରିବାକୁ ଥିବା କଟକଣାର ଅବଧି ସରିଛି। ଆଜି ସକାଳୁ ମାଛ ଧରିବାକୁୁ ଟ୍ରଲର, ଗିଲେଟିନ୍, ବୋଟ୍ ଆଦି ନେଇ ମତ୍ସ୍ୟଜୀବୀମାେନ ସମୁଦ୍ରକୁ ଯାଇଛନ୍ତି। କରୋନା ମହାମାରୀ ପାଇଁ ବିଦେଶ ବଜାରରେ ସମୁଦ୍ର ମାଛର ରପ୍ତାନୀ କ୍ଷେତ୍ରରେ କଟକଣା ପରେ ଚଳିତ ବର୍ଷ ମତ୍ସ୍ୟଜୀବୀମାନେ ମନଖୋଲି ସମୁଦ୍ରରେ ମାଛ ମାରିବେ। ଏହି ଅବସରରେ ବାଲେଶ୍ବର ଜିଲ୍ଲା ବଳରାମଗଡ଼ି ମାଛଧରା ଜେଟିରେ ଚଳଚଞ୍ଚଳ ପରିବେଶ ଦେଖିବାକୁ ମିଳିଛି।
ସ୍ଥାନୀୟ ମାର୍କେଟରୁ ତେଲ, ପିଇବାପାଣି, ରାସନ, ବରଫ ସମେତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଓ ଅତ୍ୟାବଶ୍ୟକ ସାମଗ୍ରୀ ଧରି ସମୁଦ୍ରକୁ ବାହାରିଥିବା ଦେଖିବାକୁ ମିଳିଥିଲା। ଏହି ଜେଟିରୁ ପାଖାପାଖି ୫୦୦ରୁ ଅଧିକ ଟ୍ରଲର ମାଛ ଧରିବା ପାଇଁ ବାହାରିଥିବା ବେଳେ ସେଥିରେ ୫ ହଜାରରୁ ଅଧିକ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଛନ୍ତି। କିଏ ଆଗ ସମୁଦ୍ରକୁ ମାଛ ମାରିବାକୁ ଯିବ, କିଏ ଅଧିକ ମାଛ ଧରିବ, ସେନେଇ ମତ୍ସ୍ୟଜୀବୀ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଥିବା ବେଳେ ସାମୁଦ୍ରିକ ମାଛର ସ୍ବାଦୁ ପାଇବା ପାଇଁ ସମସ୍ତେ ବୋଟମାନଙ୍କର ଲେଉଟାଣିକୁ ଚାହିଁ ବସିଥିବା ଜଣାଯାଇଛି।
ଅନ୍ୟପକ୍ଷରେ ୩ ବର୍ଷ ଧରି ଅାର୍ଥିକ ସଂକଟରେ ଥିବା ବୋଟ ମାଲିକ ଓ କର୍ମଚାରୀ ଏବେ କିପରି ଅଧିକ ଦୁଇ ପଇସା ରୋଜଗାର କରିବେ ସେ ପାଇଁ ସେମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି।