ଆଜି ରାତିରୁ ସମୁଦ୍ରକୁ ଯିବେ ମତ୍ସ୍ୟଜୀବୀ

ଧାମରା: ପ୍ରଜନନ ଋତୁରେ ସମୁଦ୍ରରୁ ମାଛ ମାରିବାକୁ ଥିବା କଟକଣା ସରିଲା। କରୋନା ମହାମାରୀ ପାଇଁ ବିଦେଶ ବଜାରରେ ସମୁଦ୍ର ମାଛର ରପ୍ତାନୀ କ୍ଷେତ୍ରରେ କଟକଣା ପରେ ଚଳିତ ବର୍ଷ ମତ୍ସ୍ୟଜୀବୀମାନେ  ମନଖୋଲି ସମୁଦ୍ରରେ ମାଛ ମାରିବେ। ସାମୁଦ୍ରିକ ମାଛମାନଙ୍କର ପ୍ରଜଜନ ଋତୁଥିବାରୁ ପ୍ରତିବର୍ଷ ପରି ଚଳିତ ବର୍ଷ  ଏପ୍ରିଲ ୧୫ରୁ ଜୁନ ମାସ ୧୪ ତାରିଖ ରାତିପର୍ଯ୍ୟନ୍ତ ସମୁଦ୍ରରେ ମାଛ  ନ ମାରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ  ପକ୍ଷରୁ କଟକଣା ଥିବାରୁ ଅାଜି ମଧ୍ୟରାତିରୁ କଟକଣା ସରିବା ପରେ ଅଧିକାଂଶ ବୋଟ ସମୁଦ୍ରକୁ ଯିବା ପାଇଁ ପ୍ରସ୍ତୁତି ହୋଇଗଲେଣି।

୨୦୧୯ ପରେ ୨୦୨୦-୨୧ ମସିହାରେ ଅଧିକାଂଶ ବୋଟ କରୋନା କଟକଣା ସହିତ ଆନ୍ତର୍ଜାତୀୟ ବଜାରରେ  ସାମୁଦ୍ରିକ ମାଛମାନଙ୍କର  ଚାହିଦା ନ ଥିବାରୁ ସମୁଦ୍ରରେ ମାଛ ମାରିବା ବନ୍ଦ କରିଦେଇଥିଲେ ତେବେ ୩ ବର୍ଷ ପରେ କଟକଣା ହଟିଥିବାରୁ ଏବେ ଅଧିିକାଂଶ ବୋଟ ତେଲ, ପାଣି, ବରଫ, କର୍ମଚାରୀ ସହ ରାସନ ନେଇ ପ୍ରସ୍ତୁତ ହୋଇ ରହିଛନ୍ତି। କିଏ ଅାଗ ସମୁଦ୍ରକୁ ମାଛ ମାରିବାକୁ ଯିବ, କିଏ ଅଧିକ ମାଛ ଧରିବ, ସେ ନେଇ ମତ୍ସ୍ୟଜୀବୀ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ଅାରମ୍ଭ ହୋଇ ଯାଇଥିବା ବେଳେ ସାମୁଦ୍ରିକ ମାଛର ସ୍ବାଦୁ ପାଇବା ପାଇଁ ସମସ୍ତେ ବୋଟମାନଙ୍କର ଲେଉଟାଣିକୁ ଚାହିଁ ବସିଥିବା  ଜଣାଯାଇଛି।

ଅନ୍ୟପକ୍ଷରେ ୩ ବର୍ଷ ଧରି ଅାର୍ଥିକ ସଂକଟରେ ଥିବା ବୋଟ ମାଲିକ ଓ କର୍ମଚାରୀ ଏବେ କିପରି ଅଧିକ ଦୁଇ ପଇସା ରୋଜଗାର କରିବେ ସେ ପାଇଁ ସେମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି ା ଧାମରା, ଚନ୍ଦନୀପାଳ, ତାଳଚୁଅା, କାଳନାଳୀ, କଶିଅା, ଚୁଡାମଣି ଜେଟି‌େର ହଜାର ହଜାର ବୋଟ, ଗିଲେଟିଙ୍ଗ, ଯନ୍ତ୍ରଚାଳିତ ଭୁଟୁଭୁଟି, ଦେଶୀ ଡଙ୍ଗାରେ ସମସ୍ତ ଅାନୁସଙ୍ଗିକ ସାମଗ୍ରୀ ଠୁଳ କରି ଅାଜି ରାତିରୁ ସମୁଦ୍ରକୁ ଯିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଅନ୍ୟପକ୍ଷରେ ୩ ବର୍ଷ ଧରି ହାତବାନ୍ଧି ଘରେ ବସି ଧାରକରଜରେ ବୁଡି ରହିଥିବା ହଜାର ହଜାର ମତ୍ସ୍ୟଜୀବୀ ଏବେ ନିଜ ନିଜର ସଂସ୍ଥାକୁ ଫେରିଥିବାରୁ ଜେଟି ସଂଲଗ୍ନ ବଜାରଗୁଡିକ ଏବେ ମତ୍ସଜୀବୀଙ୍କ ପାଇଁ ଗହଳିଚହଳିରେ ଫାଟି ପଡୁଛି।  କରୋନା ମହାମାରୀର କଟକଣା ପରେ ଏବେ ମନଖୋଲି ସମୁଦ୍ରରେ ମାଛ ମାରିବାକୁ ସରକାର ଅନୁମତି ଦେଇଥିବାରୁ ଉଭୟ ମାଲିକ ଓ କର୍ମଚାରୀ ଖୁସିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର