ଗଞ୍ଜାମ: ଗଞ୍ଜାମ ସହରସ୍ଥିତ ଋଷିକୁଲ୍ୟା ନଦୀ ମୁହାଣରେ ମାଛ ମଡ଼କ ଦେଖାଯାଇଛି। ନଦୀରେ ହଜାର ହଜାର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଋଷିକୁଲ୍ୟା ପୋଲ ଠାରୁ ଆରମ୍ଭ କରି ପୋତାଗଡ଼ ଋଷିକୁଲ୍ୟା ମୁହାଣ ପର୍ଯ୍ୟନ୍ତ ଖାଲୁଆ ସ୍ଥାନ ଗୁଡ଼ିକରେ ହଜାର ହଜାର ମାଛ ମରି ପଡ଼ିଛନ୍ତି। ମାଛଗୁଡିକ କ’ଣ ପାଇଁ ମରୁଛନ୍ତି ସେ ନେଇ କୌଣସି ସୂଚନା ନାହିଁ। ତେବେ ବିଷାକ୍ତ ପାଣି ମାଛମଡ଼କ ପଛରେ କରଣ ହୋଇପାରେ କିମ୍ବା ଅତ୍ୟଧିକ ଖରା ପାଇଁ ମରିଛନ୍ତି, କିଛି ସ୍ପଷ୍ଟ ଜଣାପଡ଼ିନି। ମରି ପଡ଼ିଥିବା ମାଛଗୁଡ଼ିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିବା କେଉଁ କାରଣ ପାଇଁ ଏହି ମାଛ ମଡ଼କ ଘଟିଛି ସେନେଇ ତଦନ୍ତର ଆବଶ୍ୟକ ରହିଥିବା ପରିବେଶବିତ୍‌ ଦାବି କରିଛନ୍ତି। ଅନ୍ୟପଟେ ଗ୍ରାସିମ ଇଣ୍ଡଷ୍ଟ୍ରିଜର ବିଷାକ୍ତ ବର୍ଜ୍ୟବସ୍ତୁ ନିଷ୍କାସନ ନେଇ ଚିନ୍ତାରେ ଗଞ୍ଜାମ ବାସିନ୍ଦା ଚିନ୍ତାରେ ପଡ଼ିଛନ୍ତି। କାରଖାନାର ବିଷାକ୍ତ ବର୍ଜ୍ୟବସ୍ତୁ ନଦୀରେ ମିଶୁଥିବା ଯୋଗୁଁ ଏଭଳି ହୋଇଥିବା ଆଶଙ୍କା ପରିବେଶବିତ୍‌ କରୁଥିବା କୁହାଯାଇଛି।