ମାଛଧରା ବୋଟ୍ ଓଲଟି ୨ ନିଖୋଜ

ଜଗତସିଂହପୁର : ପାରାଦୀପ ପଥର ବନ୍ଧ ନିକଟ ମହାନଦୀ ମୁହାଣରେ ରବିବାର ଏକ ମାଛଧରା ବୋଟ୍ ଓଲଟି ଦୁଇଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ଷଣ୍ଢକୁଦ ବସ୍ତିରେ ରହୁଥିବା ମତ୍ସ୍ୟଜୀବୀ ଦାମଲ୍‌ କାମରାଜୁ ଓ ସିଏଚ୍ ଦେଉଡ଼ୁ ନିଖୋଜ ଥିବା ବେଳେ କମଲ ସୁରିବାବୁ, ପ୍ୟାଲେଟି ଏଲେଜି, କେ କ୍ରିଷ୍ଣା, କେ ପାପାରାଓ ଓ ଜି ତାତାରାଓଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ମୁତାବକ, ମା ରାମଚଣ୍ଡୀ-୯୮ ନାମକ ଡଙ୍ଗିରେ ୭ ଜଣ ମତ୍ସ୍ୟଜୀବୀ ଦୁଇଦିନ ତଳେ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ। ରବିବାର ଦିନ ମାଛଧରା ବନ୍ଦରକୁ ଫେରୁଥିବା ବେଳେ ମୁହାଣ ନିକଟରେ ଅଧିକ ସାମୁଦ୍ରିକ ଉଚ୍ଚ ଢ଼େଉ ମାଡ଼ରେ ଡଙ୍ଗିଟି ଓଲଟି ପଡ଼ିଥିଲା। ଫଳରେ ସେଥିରେ ଥିବା ସମସ୍ତ ୭ ଜଣ ଗଭୀର ଜଳରାଶିକୁ ଛିଟିକି ପଡ଼ିଥିଲେ। ପଛରେ ଆସୁଥିବା ଅନ୍ୟ ଏକ ବୋଟ୍‌ ପ୍ରଥମେ ୩ ଜଣଙ୍କୁ ଉଦ୍ଧାର କରିଥିବାବେଳେ ତଟରକ୍ଷୀ ବାହିନୀ ସହାୟତାରେ ଆଉ ୨ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର, ସେମାନଙ୍କ ସହ ଥିବା ଆଉ ଦୁଇଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଅନ୍ୟ ମାଛଧରା ବୋଟ୍ ଓ ତଟରକ୍ଷୀବାହିନୀ ସାହାଯ୍ୟରେ ଖୋଜାଖୋଜି ଜାରି ରହିଛି।

ସମ୍ବନ୍ଧିତ ଖବର