ବୈତରଣୀ ନଦୀରେ ବୁଡ଼ିଲା ଟ୍ରଲର

ରାଜନଗର : କେନ୍ଦ୍ରାପଡ଼ା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନାର ୫୦ ମିଟର ଦୂର ବୈତରଣୀ ନଦୀରେ ଗତକାଲି ବିଳମ୍ବିତ ରାତିରେ ଏକ ମାଛଧରା ଟ୍ରଲର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରଲରଟି ପାଣିରେ ବୁଡ଼ି ଯାଇଛି। ଏଥିରେ ଥିବା ମତ୍ସ୍ୟଜୀବୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନେ ପହଁରିପହଁରି କୂଳକୁ ଚାଲି ଆସିଥିବା ଜଣାପଡ଼ିଛି। ଗତକାଲି ରାତିପ୍ରାୟ ୨ଟା ବେଳେ ଏହି ଅଘଟଣ ଘଟିଛି। ଟ୍ରଲରଟି ଧାମରା ଅଞ୍ଚଳର ଅନନ୍ତ ଜାନାଙ୍କ ବୋଲି ଜଣାପଡିଛି। ତେବେ କେଉଁ ପରିସ୍ଥିତିରେ ଟ୍ରଲରଟି ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର