ପୁଣି ଚିଲିକାରେ ବୁଡିଲା ଡଙ୍ଗା; ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ, ବୁଡିଗଲା ଲକ୍ଷାଧିକ ଟଙ୍କାର ମାଛ

ଟାଂଗୀ: ବୃହତ ଜଳରାଶି ‘ଚିଲିକା’ରେ ପୁଣି ଥରେ ଡଙ୍ଗା ବୁଡ଼ିଛି। ମତ୍ସ୍ୟଜୀବୀମାନେ ଘରକୁ ବାହୁଡୁଥିବା ‌ବେଳେ କାଳବୈଶାଖୀକୁ ସାମ୍ନା କରିଛନ୍ତି। ସେମାନଙ୍କର ଡଙ୍ଗା ଓଲଟିଯିବାରୁ ଲକ୍ଷାଧିକ ଟଙ୍କା ମାଛ ଓ ଜାଲ ବୁଡ଼ିଯାଇଛି। ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲା ଟାଂଗୀ ଥାନା ଅଧିନସ୍ଥ କାଳୁପଡାଠାରୁ ସୋରଣ ମଧ୍ୟସ୍ଥ ଚିଲିକାରେ ନିୟନ୍ତ୍ରଣ ହରାଇ ଏକ ମାଛ ଧରା ଡଙ୍ଗା ସମେତ ମତ୍ସ୍ୟଜୀବୀ ବୁଡିଯାଇଥିଲେ। କିନ୍ତୁ ମତ୍ସ୍ୟଜୀବୀମାନେ ନିଜକୁ ଉଦ୍ଧାର କରିପାରିଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ବିଭିନ୍ନ ମାଛ ଓ ଡଙ୍ଗାରେ ଲାଗିଥିବା ମେସିନ ନଷ୍ଟ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଦିନେ ଦୁଇଦିନ ଆଗରୁ ୪ରୁ ୫ ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଚିଲିକାକୁ ଯାଇଥିଲେ। ସେମାନେ ଆଜି ଅପରାହ୍ନରେ ଘରକୁ ଫେରୁଥିଲେ। କିନ୍ତୁ ମତ୍ସ୍ୟଜୀବୀମାନେ ସ୍ଥଳଭାଗକୁ ପହଞ୍ଚିବା ପୂର୍ବରୁ କାଳବୈଶାଖୀର ସାମ୍ନା କରିଥିଲେ। କାଳବୈଶାଖୀରେ ମତ୍ସ୍ୟଜୀବୀମାନଙ୍କର ଡଙ୍ଗା ଓଲଟିପଡ଼ିଥିଲା। ମାଛ ଓ ଡଙ୍ଗା ବୁଡ଼ିଯାଇଥିଲା। ଏହି ଘଟଣା ପରେ ଆଖପାଖରେ ଥିବା ମତ୍ସ୍ୟଜୀବୀମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଅନ୍ୟ ମତ୍ସ୍ୟଜୀବୀଙ୍କ ସହାୟତାରେ ମାଛଧରା ଡଙ୍ଗା ଊଦ୍ଧାର କରାଯାଇଥିବା ଜଣାପଡିଛିା ହଠାତ ଚିଲିକା ଭିତରେ ମଉଳି ପବନ ଆସିବା ଯୋଗୁ ଏଭଳି ଅଭାବନିୟ ପରିସ୍ଥିତି ଉପୁଜିଥିଲା ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। କ୍ଷତିଗ୍ରସ୍ଥ ମତ୍ସ୍ୟଜୀବୀଙ୍କ ଘର ଏହି ଥାନା ଅଧିନସ୍ଥ ବରଡି ଅଞ୍ଚଳର ବୋଲି ଜଣାପଡିଛିା

ସମ୍ବନ୍ଧିତ ଖବର