ପାରାଦୀପ: ପାରାଦୀପ ମୁହାଣରେ ଆଜି ପୁଣି ମାଛଧରା ଟ୍ରଲର ଫସିଥିବା ଜଣାଯାଇଛି। ଡଲଫିନ୍ ନାମକ ଏକ ମାଛଧରା ଟ୍ରଲର ସମୁଦ୍ର ଭିତରୁ କୂଳକୁ ଫେରୁଥିବା ବେଳେ ବାଲି ଲାଗିବାରୁ ହଠାତ୍ ଅଟକି ରହିଥିବା ଦେଖିବାକୁ ମିଳିଛି। ଏହି ଟ୍ରଲରରେ ମୋଟ ୯ ଜଣ ମସ୍ଥ୍ୟଜୀବୀ ଥିବା ଜଣାଯାଇଛି। ତେବେ ସୂଚନା ପାଇଁ ଅନ୍ୟ ଟ୍ରଲରଗୁଡ଼ିକ ଦ୍ୱାରା ଫସିଥିବା ଡଲଫିନ୍ ଟ୍ରଲରକୁ ଉଦ୍ଧାର କରାଯାଉଛି।
ଗତ ସପ୍ତାହରେ ପାରାଦୀପ ମୁହାଁଣରେ ଏକ ମାଛଧରା ଟ୍ରଲର ସମୁଦ୍ରରୁ ଫେରୁଥିବା ବେଳେ କୂଳକୁ ପହଞ୍ଚିବା ପୂର୍ବରୁ ବାଲିରେ ଫସିଯାଇଥିଲା। ଘଟଣା ଦିନ ମାଛ ବୋଝେଇ ଟ୍ରଲରରେ ୪ରୁ ୫ ଜଣ ମତ୍ସଜୀବୀ ଥିଲେ। ବହୁ ଉଦ୍ୟମ ପରେ ଅନ୍ୟ ଟ୍ରଲର ଦ୍ୱାରା ତାହାକୁ ଉଦ୍ଧାର କରାଯାଇଥିଲା।
ସୂଚନାଯୋଗ୍ୟ, ପାରାଦୀପ ବନ୍ଦର ମାଧ୍ୟମରେ ସମୁଦ୍ରରୁ ପ୍ରଚୁର ମାଛ ଧରାଯାଉଛି। ଏଥିରୁ କୋଟି କୋଟି ଟଙ୍କା ମିଳୁଛି। ମାଛଧରା ଟ୍ରଲର ମୁହାଣରେ ବିନା କୌଣସି ଅସୁବିଧାରେ ପହଞ୍ଚିବା ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ମାତ୍ର ଏଥିରୁ କିଛି ସୁଫଳ ମିଳିପାରୁ ନାହିଁ। ମୁହାଣରେ ବାରମ୍ବାର ମାଛଧରା ଟ୍ରଲର ଫସିଯାଉଛି। ତେବେ ଗତ କିଛି ଦିନ ତଳେ ମୁହାଣ ମୁହଁ ଖୋଲିବା କାମ ସାରିଥିବା ବନ୍ଦର କର୍ତ୍ତୃପକ୍ଷ କହିଥିବା ବେଳେ ବାରମ୍ବାର ଏଭଳି ଘଟଣା ଘଟିବା ଯୋଗୁ ଖୋଳା ମୁହାଣ ନିକଟରେ ଡ୍ରେଜିଂ କାମକୁ ନେଇ ମତ୍ସ୍ୟଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/Fishing-Troller-13_Thumb.jpg)