ମହାବଳ ଶିକାର ଘଟଣା: ୫ ଶିକାରୀ ଗିରଫ, ଛାଲ ଜବତ

ନୂଆପଡ଼ା : ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଉଦନ୍ତୀ ଅଭୟାରଣ୍ୟରେ ଶିକାରୀମାନେ ଏକ  ମହାବାଳ ବାଘ ଶିକାର କରିଥିବା ଅଭିଯୋଗରେ ଛତିଶଗଡ଼-ନୂଆପଡ଼ା ବନବିଭା ୫ ଦିନର ତଦନ୍ତ ପରେ ନୂଆପଡ଼ା ଜିଲ୍ଲାର ୫ ଜଣ ଶିକାରୀଙ୍କୁ ଗିରଫ କରିଥିବା ନୂଆପଡ଼ା ଡିଏଫ୍‌ଓ ସୁଶୀଳ ତ୍ରିପାଠୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଉଦନ୍ତୀ ଅଭୟାରଣ୍ୟରେ ପୂର୍ବରୁ ଟ୍ରାକ୍ କ୍ୟାମେରାରେ ମହାବାଳ ବାଘର ଗତିବିଧିର ଚିତ୍ର କଏଦ ହୋଇଥିଲା। ତେବେ ବର୍ତ୍ତମାନ କ୍ୟାମେରାରେ ଆଉ ବାଘର ଚିତ୍ର ନ ଆସିବାରୁ ବିଭାଗୀୟ ଅଧିକାରୀ ବାଘଟିକୁ ଶିକାର କରାଯାଇଥିବା ସନ୍ଦେହ କରିଥିଲେ। ଛତିଶଗଡ଼ ବନବିଭାଗ ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଖଡ଼ୁପାଣି ଗ୍ରାମର ଜଣେ ଶିକାରୀଙ୍କୁ ଧରି ତଦନ୍ତ ଆରମ୍ଭ କରିଥିଲେ। ଉଭୟ ବନବିଭାଗ ପକ୍ଷରୁ ୩ ଦିନ ତଦନ୍ତ ପରେ ରବିବାର ଛତିଶଗଡ଼ ବନବିଭାଗ ୬ ଜଣଙ୍କୁ ଉଠାଇ ନେଇଥିଲା। ତେବେ ସୋମବାର ବୋଡ଼େନ ଥାନା ଖଡୁପାଣି ଗ୍ରାମରୁ ବାଘଛାଲର କିଛି ଅଂଶ (୬ ଇଞ୍ଚ/୬ ଇଞ୍ଚ) ସହିତ ଶିକାରରେ ବ୍ୟବହୃତ ଧନୁତୀର, ଜାଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ  ବୋଡ଼େନ ଥାନା ଖଡ଼ୁପାନି ଗ୍ରାମର ବଦନ ମାଝୀ (୪୫), ପାଟଧରାର ସଚିନ୍ଦ୍ର ମାଝୀ (୩୬), ଚିକଲଚୁଆଁର ବଡ଼ ମାଝୀ(୬୧), ଖଡ଼ିଆଳ ଥାନା ଭାଲୁଡୁଙ୍ଗୁରିର ଖଗେଶ୍ବର ମାଝୀ (୪୩) ଏବଂ ଅଚ୍ୟୁତାନନ୍ଦ ମାଝୀ (୨୩) ବାଘ ଶିକାରରେ ସମ୍ପୃକ୍ତ ଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ଓ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଡିଏଫ୍‌ଓ ଶ୍ରୀ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର