୧୫ ଡିଗ୍ରି ତଳେ ପଶ୍ଚିମ ଓଡ଼ିଶାର ୫ ସହର : ରାଜ୍ୟରେ ସୋନପୁରର ସର୍ବନିମ୍ନ ୯.୬ ଡିଗ୍ରି

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ୫ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି। ସୋନପୁରର ତାପମାତ୍ରା ରାଜ୍ୟରେ ସର୍ବନିମ୍ନ ୯.୬ ଡିଗ୍ରି ରହିଛି। ସେଭଳି ସମ୍ବଲପୁର ସହରର ସର୍ବନିମ୍ନ ତାପମାତ୍ରା ୧୪.୭ ଡିଗ୍ରି ରହିଥିବା ବେଳେ ଝାରସୁଗୁଡ଼ାର ୧୩ ଡିଗ୍ରି, ଭବାନୀପାଟଣାର ୧୨.୨ ଓ ବଲାଙ୍ଗୀରର ୧୪.୬ ଡିଗ୍ରି ରହିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତରା ପବନ ବହୁଥିବାରୁ ରାଜ୍ୟରେ ଥଣ୍ଡା ଅନୁଭୂତ ହେବା ସହ ତାପମାତ୍ରା ମଧ୍ୟ ହ୍ରାସ ପାଇବ। ତେବେ ଆସନ୍ତା ୯ ତାରିଖରୁ ପୁଣି ୨ ରୁ ୩ ଡିଗ୍ରି ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର