ପାଟଣାଗଡ଼ : ପାଟଣାଗଡ଼- ବଲାଙ୍ଗୀର ମୁଖ୍ୟ ରାସ୍ତାରେ ଥିବା ଭଇଁଷା ଗ୍ରାମ କଲେଜ ଛକ ଠାରେ ଗୁରୁବାର ଡମ୍ପର ଧକ୍କାରେ ୫ ଗୋରୁଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ ଗୋରୁ ଓ ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।
ପ୍ରକାଶ ଯେ, ଗୁରୁବାର ଭୋରରେ ଭଇଁଷା ଗ୍ରାମର କିଛି ଲୋକେ ପାଳ ଆଣିବା ପାଇଁ ନିକଟସ୍ଥ ଧୁବଲପଡ଼ା ଗ୍ରାମକୁ ଶଗଡ଼ ନେଇ ଯାଉଥିଲେ। ଭଇଁଷା କଲେଜ ଛକଠାରେ ବଲାଙ୍ଗୀର ପଟରୁ ଆସୁଥିବା ଚିପ୍ସ ବୋଝେଇ ଡମ୍ପର (ଓଡି ୦୩ ଜି ୪୭୯୯) ଉକ୍ତ ଶଗଡ଼ ଗାଡ଼ିଗୁଡ଼ିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫ ଗୋରୁଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ୩ ଜଣ ଶଗଡ଼ିଆ ସହଦେବ ପଟେଲ, କୃଷ୍ଣନିଧି ସାହୁ ଓ ବୁଲୁ ଭୁଏଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆ ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସହଦେବଙ୍କୁ ବୁର୍ଲା ଏବଂ କୃଷ୍ଣ ଓ ବିଲୁଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
/sambad/media/post_attachments/wp-content/uploads/2021/01/balangir-9.jpg)
ଦୁର୍ଘଟଣା ଖବର ପାଇ ଭଇଁଷା ଗ୍ରାମାବାସୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିଥିଲେ। ଫଳରେ ପାଟଣାଗଡ଼- ବଲାଙ୍ଗୀର ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ରହିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା। ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋହ ପ୍ରତ୍ୟାହୃତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/balangir-ff.jpg)