ପିକ୍‌ଅପ୍‌ ଓଲଟି ୫ ଗୋରୁ ମୃତ

କରଞ୍ଜିଆ/କରଞ୍ଜିଆଗୋଲେଇ/ସିଙ୍ଗଡ଼ା: ଚୋରାରେ ଗୋରୁ ବୋଝେଇ ହୋଇ କଲିକତା ଚାଲାଣ ବେଳେ ଭାରସାମ୍ୟ ହରାଇ ଏକ ପିକ୍‌ଅପ୍‌ ଓଲଟି ପଡିବାରୁ ଘଟଣାସ୍ଥଳରେ ୪ଟି ଗୋରୁଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଗୋରୁ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଛି। ରବିବାର ସକାଳେ ୪୯ ନମ୍ବର ଜାତୀୟ ରାଜପଥ ଦେଇ କୋଲକାତା ଯାଉଥିବା ଓଆର୦୯ଏଲ୍-୬୦୦୫ ନମ୍ବର ଗୋରୁ  ବୋଝେଇ ପିକ୍‌ଅପ୍‌ ଭ୍ୟାନ୍ ତୁରୁମୁଙ୍ଗା ଆଡୁ ଯଶିପୁର ପଟକୁ ଯାଉଥିବା ବେଳେ ସିଙ୍ଗଡ଼ା ନିକଟସ୍ଥ ଦରି ପୋଲଠାରେ ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ପିକ୍‌ଅପ୍‌ ଭିତରେ ଥିବା ଗୋରୁଗାଈ ବାହାରକୁ ଛିଟିକି ପଡ଼ିଥିଲେ।

ଘଟଣାସ୍ଥଳରେ ୫ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଟି ଗୋରୁ ଆହତ ହୋଇଥିଲେ। ଉକ୍ତ ପିକ୍‌ଅପ୍‌ ଭ୍ୟାନରେ ୧୮ଟି ଗୋରୁ ଖୁନ୍ଦାଖୁନ୍ଦି ହୋଇଥିଲେ। ଖବର ପାଇ କରଞ୍ଜିଆ ପୁଲିସ ଗୋରୁଗୁଡ଼ିକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୋଶାଳାକୁ ହସ୍ତାନ୍ତର କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଏ ସଂକାନ୍ତରେ ଥାନାରେ କେସ୍‌ ନଂ ୧୭୬/୨୨ରେ ମାମଲା ରୁଜୁ ହୋଇଛି। ବିଜେପି ଜିଲ୍ଲା ଲିଗାଲ ସେଲ୍‌ ଅଧ୍ୟକ୍ଷ  ମଦନ ମୋହନ ମହାନ୍ତ  ଗୋଚାଲାଣକୁ ବିରୋଧ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର