ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କଲା ରାଜ୍ୟ ପାନୀୟ ନିଗମ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପାନୀୟ ନିଗମ ତରଫରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ଲୋକସେବା ଭବନଠାରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ରାଶିର ଚେକ୍‌ ନିଗମର ଅଧ୍ୟକ୍ଷ ସୁଶୀଲ କମାର ଲୋହାନୀଙ୍କ ଠାରୁ ଗ୍ରହଣ କରିଛନ୍ତି।

ଚେକ୍‌ ପ୍ରଦାନ କରି ଶ୍ରୀ ଲୋହାନୀ ଜଣାଇଥିଲେ ଯେ, ଚଳିତ ଆଥିର୍କ ବର୍ଷ ୨୦୨୧-୨୨ ପାଇଁ ଜୁନ୍‌ ମାସରେ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଆଜିର ରାଶିକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୧୦ କୋଟି ଟଙ୍କା ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି।

ଏହି ଅବସରରେ ନିଗମ ତରଫରୁ ୨୦୨୦-୨୧ ଆର୍ଥିକ ବର୍ଷର ଡିଭିଜନ ବାବଦରେ ୬ କୋଟି ୨୬ ଲକ୍ଷ ୩୨୦ ହଜାର ୮୮ ଟଙ୍କାର ଚେକ୍‌ ମଧ୍ୟ ଶ୍ରୀ ଲୋହାନୀ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ସରକାରଙ୍କୁ ପ୍ରଦାନ କରିଥିଲେ। ଚେକ୍‌ ଗ୍ରହଣକରି ଶ୍ରୀ ମହାପାତ୍ର ଲାଭଜନକ ପରିଚାଳନା ନିମନ୍ତେ ନିଗମର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର