ବ୍ରହ୍ମପୁର/ଦାରିଙ୍ଗବାଡ଼ି/ଖଲ୍ଲିକୋଟ : ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୫ ଜଣଙ୍କ ଜୀବନ ନେଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଏମ୍‌କେସିଜି ବଡ଼ ଡାକ୍ତରଖାନା ମୁଖ୍ୟଫାଟକ ସମ୍ମୁଖରେ ଏକ କାର୍ (ଏମ୍‌ଏଚ ୧୦- ଏଏନ୍‌ ୯୧୪) ଧକ୍କାରେ ସ୍କୁଟି (ଓଡ଼ି-୦୭ଜେ ୬୨୧୮) ଆରୋହୀ ମାଆପୁଅ ପ୍ରାଣ ହରାଇଛନ୍ତି। ମୃତକମାନେ, ‌ହେଲେ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ସୀତାମ୍ମା ପାତ୍ର(୫୫) ଓ ତାଙ୍କ ପୁଅ ରାମଚନ୍ଦ୍ର ପାତ୍ର (୩୬)। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଏସ୍‌ଆର ପେଟ୍ରୋଲ୍ ପମ୍ପ୍ ସମ୍ମୁଖରେ ଆଜି ସନ୍ଧ୍ୟାରେ ଏକ କାର୍ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ଜଣ ଯୁବକ ପ୍ରାଣ ହରାଇଛନ୍ତି। ସେମାନେ ହେଲେ, ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ପ୍ଲିହେରି ଗ୍ରାମର ଜ୍ୟୋତିରାଜ ପ୍ରଧାନଙ୍କ ପୁଅ ଯୁଗାନ୍ତ (୨୦) ଓ ମୁନା ମଲ୍ଲିକଙ୍କ ପୁଅ ବାଳକୃଷ୍ଣ (୨୦)। ସେହି ଗ୍ରାମର ଗୁରୁତର ମନିଲ ପ୍ରଧାନ(୧୭)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର କଲେଜ ଛକ ନିକଟରେ ଏକ ମିନିବସ୍‌ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଜଣକ ହେଲେ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତ ଲୁଂଘର ଗ୍ରାମର ରାମ ନାହାକ।