ପିକ୍‌ଅପ୍‌ ଧକ୍କାରେ ୫ ମୃତ

୫୫ ନଂ ଜାତୀୟ ରାଜପଥରେ ୩

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ସାନ୍ତରାପୁର ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୫୫ ନମ୍ବର ଜାତୀୟ ରାଜପଥରେ ଜରପଡ଼ା ଆଡ଼କୁ ବାଇକ୍‌ରେ ଯାଉଥିବା ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳ‌ରେ ହିଁ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ, ଜରପଡ଼ା ଥାନା କୁଲେଇ ଗାଁର ସୁମନ୍ତ ପ୍ରଧାନ(୨୫), ସୁନିଲ ସାହୁ(୨୫) ଓ ମାନସ ବେହେରା(୨୭)।

ଘଟଣାସୂତ୍ରରୁ ପ୍ରକାଶ ଯେ ରବିବାର ଅପରାହ୍ନରେ ବିବାହ ଭୋଜିରେ ଯୋଗଦେବାକୁ ସୁମନ୍ତ ପ୍ରଧାନ, ସୁନିଲ ସାହୁ ଓ ମାନସ ବେହେରା ଏକ ପଲସର୍‌ ବାଇକ୍‌ (ଓଡି-୧୯ କ୍ୟୁ ୫୦୨୯)ରେ ନିଜ ଗାଁରୁ କଂଜରା ଗାଁକୁ ଯାଉଥିଲେ। ମାନସ ଗାଡ଼ି ଚଳାଉଥିଲା ବେଳେ ଅନ୍ୟ ଦୁଇଜଣ ପଛରେ ବସିଥିଲେ। ସେମାନେ ୫୫ ନମ୍ବର ଜାତୀୟ ରାଜପଥରେ ଯାଉଥିଲେ ଏବଂ ଆଉ କେଇ ମିନିଟ୍‌ ପରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଥା’ନ୍ତେ। ହେଲେ, ବାଟରେ ସେମାନଙ୍କୁ ମୃତ୍ୟୁ ଜଗିଥିଲା ଯେମିତି! ସାନ୍ତରାପୁର ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌(ଓଡି-୧୯ କ୍ୟୁ ୫୦୫୨) ସହ ସେମାନଙ୍କ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ଯାକ ଗାଡ଼ିରୁ ଛିଟିକି କଚାଡ଼ି ‌ହୋଇପଡ଼ିଥିଲେ। ଫଳରେ, ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର