ଚଣ୍ଡିଖୋଲ : ଦର୍ପଣ ତହସିଲ ଚାରିନଙ୍ଗଳ ପଞ୍ଚାୟତ ଝରକୁଳ ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗଣେଶ୍ୱର ଜେନାଙ୍କ ଦୁଇ ବଖରା ଘର ଓ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଦୁଇ ବଖରା ଘର ପୋଡ଼ିଯିବା ପରେ ଏହି ପରିବାର ଲୋକେ ଏବେ ବେସାହାରା ହୋଇପଡ଼ିଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକେ ନାହିଁ। ଏହି ଖବର ପାଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାବାହୁ ଗ୍ରୁପ ଓଡିଶା ଟ୍ରଷ୍ଟର କର୍ମକର୍ତ୍ତା ଶିବ ପ୍ରସାଦ ସାମଲ, ଦେବାଶିଷ ମଲ୍ଲିକ, ମାନସ କୁମାର ସାହୁ, ଅଜୟ ମଲ୍ଲିକ, ସମୀର ସାମଲ, ଆନନ୍ଦ ସାମଲ, ଅଜିତ ନାୟକ ଓ ବିଳାସ ପୃଷ୍ଟି ଅଗ୍ନି ବିପନ୍ନ ପରିବାର ପାଖରେ ପହଞ୍ଚି ଆର୍ଥିକ ସହାୟତା ଯୋଗାଇ ଦେବା ସହ ଶୀତବସ୍ତ୍ର ପ୍ରଦାନ କରି ସମବେଦନା ଜଣାଇଛନ୍ତି। ତୁରନ୍ତ ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି।
/sambad/media/post_attachments/wp-content/uploads/2022/02/f7d529ea-3761-48e3-adc2-066d28c0c10f.jpg)
ସେହିପରି ଜେନାପୁର ଥାନା ଏଣ୍ତଳବା ଗ୍ରାମରେ ୩ ବଖରା ଓ ନଟିଲ ଗ୍ରାମରେ ଏକ ଦୋକାନ ପୋଡ଼ିଯାଇଥିବା ନେଇ ଅଭିଯୋଗ ହୋଇଛି। ସୂଚନା ମୁତାବକ ରବିବାର ଅପରାହ୍ଣ ସାଢ଼େ ଗୋଟାଏ ବେଳେ ବଳରାମ ସାମଲଙ୍କ ଘରେ ରୋଷେଇ ସମୟରେ ନିଆଁ ଲାଗିଯାଇଥିଲା। ଚାଳକୁ ନିଆଁ ଛୁଇଁବା ପରେ ଆଖିପିଛୁଳାକେ ବ୍ୟାପିଯାଇଥିଲା। ବଳରାମଙ୍କ ପାଟି ଶୁଣି ଗାଁ ଲୋକେ ଆସି ନିଆଁକୁ ଆୟତ୍ତ କରିଥିଲେ। ସେହିପରି ଶନିବାର ରାତି ସାଢ଼େ ୧୧ ଟା ବେଳେ ମର୍ଜିତାପୁର ପଞ୍ଚାୟତ ଚଉଷଠିପଡ଼ା ଗ୍ରାମର ମନୋଜ କୁମାର ସିଂ ସ୍ଥାନୀୟ ନଟିଲ ଛକରେ କରିଥିବା ଏକ ତେଜରାତି ଦୋକାନରେ ଅଗ୍ନିକାଣ୍ତ ଘଟିଛି। ମନୋଜ ଏକ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଥିବା ବେଳେ ରାଜନୈତିକ କାରଣରୁ କେହି ଦୋକାନରେ ନିଆଁ ଲଗାଇ ଦେଇଥିବା ତାଙ୍କ ମା’ ମମତା ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/7cf48987-b995-4e71-a5e4-36dd8c8f439d.jpg)