କାଳିଆପାଣି: ସୁକିନ୍ଦା ତହସିଲ କାଙ୍କଡ଼ପାଳ ରାଜସ୍ବ ସର୍କଲ ଚିଙ୍ଗୁଡ଼ିପାଳ ପଞ୍ଚାୟତ ପୋଡ଼ାହରା ଗାଁରେ ଆଜି ରାତିରେ ଅଗ୍ନିକାଣ୍ଡ ଘଟି ଜଣେ ଗରିବ ଦିନ ମଜୁରିଆ ବାବୁଲି ଚାମ୍ପିଆଙ୍କ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଗାଁ ଗୋଷ୍ଠୀକେନ୍ଦ୍ର ପାଖରେ ରହୁଥିବା ବାବୁଲିଙ୍କ ଛଣଛପର ଘରେ ହଠାତ୍ ନିଆଁ ଲାଗି ଯାଇଥିଲା। ବାବୁଲି, ତାଙ୍କ ପତ୍ନୀ ଶକୁନ୍ତଳା ଓ ଦୁଇପୁଅ ପ୍ରାଣ ବିକଳରେ ଘରୁ ପଦାକୁ ବାହାରି ଆସିଥିଲେ। ଗ୍ରାମବାସୀ ନିଆଁ ଲିଭାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଟିଏସ୍ଏମ୍ଏଲ୍ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ୫ ବଖରା ଘର ପୋଡ଼ି ଯାଇଥିଲା। ଘରେ ଥିବା ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ିଯାଇଥିଲା। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।
ଅଗ୍ନିକାଣ୍ଡରେ ୫ ବଖରା ଭସ୍ମୀଭୂତ
/sambad/media/post_attachments/wp-content/uploads/2021/04/୍56ତ4ୀ6ତ5ୀ456ତକ4ୀ56କତୀକତୀ.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)