୫ ଆଇଏଏସ୍‌ଙ୍କ ବଦଳି

ଭୁବନେଶ୍ବର : ୨୦୧୭ ବ୍ୟାଚ୍‌ର ୫ ଜଣ ଆଇଏଏସ୍‌ ଅଫିସର୍‌ଙ୍କର ବଦଳି ହୋଇଛି। ଓମ୍‌ଫେଡ୍‌ ସିଜିଏମ୍‌ ସୋମେଶ କୁମାର ଉପାଧ୍ୟାୟଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳ, ଓଏମ୍‌ସି ଇଡି ପି ଅନ୍‌ଭେଶ ରେଡ୍ଡିଙ୍କୁ ବାରିପଦା ଉପଜିଲ୍ଲାପାଳ, ଗ୍ରିଡ୍‌କୋର ଇଡି ପାଟିଲ ଆଶିଷ ଈଶ୍ବରଙ୍କୁ ବାଲେଶ୍ବର ଉପଜିଲ୍ଲାପାଳ, ଓକାକ୍‌ ଓଏସ୍‌ଡି ଦିବାକର ଟି ଏସ୍‌ଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ ଏବଂ ଓଟିଡିସି ଏମ୍‌ଡି ହେମକାନ୍ତ ସାଏଙ୍କୁ ଜୟପୁର ଉପଜିଲ୍ଲାପାଳ ଭାବେ ନୂଆ ନିଯୁକ୍ତି ମିଳିଛି। ଏହି ୫ ଅଧିକାରୀ ଯଥାକ୍ରମେ ଟିଟିଲାଗଡ଼ ପୌରପାଳିକା, ବାରିପଦା ପୌରପାଳିକା, ବାଲେଶ୍ବର ‌େପୗରପାଳିକା, ଧର୍ମଗଡ଼ ଏନ୍‌ଏସି ଓ ଜୟପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।

ସମ୍ବନ୍ଧିତ ଖବର