ବିଲରେ ପଶିଗଲା କାର, ୫ ଆହତ

ଆନନ୍ଦପୁର : ଆନନ୍ଦପୁର- ଭଦ୍ରକ ରାସ୍ତାର ଚାରନାଳିଆ ନିକଟରେ ଏକ କାର ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି l ଆହତ ମାନେ ହେଲେ ରାଉରକେଲା ଲାଠିକଟାର ସଂଜୟ କୁମାର ଗଡ଼ତିଆ(୩୨), ପତ୍ନୀ ପୁଷ୍ପାଞ୍ଜଳି ଗଡତିଆ (୨୬), ଝିଅ ହାଂସିକା (୯), ତ୍ରିଶା (୩), ସମ୍ପର୍କୀୟ ଇନ୍ଦୁସ୍ମିତା ସୁନା (୨୬)। ଆହତ ମାନଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ସୋମବାର ଅପରାହ୍‌ଣ ୩ଟା୩୦ ମିନିଟ ସମୟରେ ଆନନ୍ଦପୁର ଆଡକୁ ଆସୁଥିବା କାରଟି ଭାରସାମ୍ୟ ହରାଇ ଚାରନାଳିଆ ନିକଟରେ ଏକ ବିଲ ଭିତରେ ପଶି ଯାଇଥିଲା l ଆନନ୍ଦପୁର ଅଗ୍ନିଶମ ବିଭାଗ ଆହତକୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ।

ସମ୍ବନ୍ଧିତ ଖବର