କଣ୍ଟାମାଳ: ଦୁଇଟି ସଡ଼କ ଦୁର୍ଘଟଣାରେ ୫ ଆହତ

କଣ୍ଟାମାଳ : କଣ୍ଟାମାଳ ଅଞ୍ଚଳରେ ଶନିବାର ଦୁଇଟି ସଡ଼କ ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ମନମୁଣ୍ଡା-କଣ୍ଟାମାଳ ୪୧ନମ୍ୱର ରଜ୍ୟ ରାଜପଥର ରୁଣ୍ଡିମହୁଲ ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ବାଇକ୍ ଆରୋହୀ ଲମ୍ବସରି ପଞ୍ଚାୟତ ଜାମଖୋଲ ଗ୍ରାମର ବିଶ୍ବେଶ୍ୱର କର୍ଣ୍ଣ ଓ ପିଣ୍ଡପଦର ଗ୍ରାମର ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ଦ୍ବୟଙ୍କୁ ରାସ୍ତାରେ ଯାଉଥିବା ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋନପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

ସେହିପରି ଗଡ଼ଫେସଫେରଡି ଗାଁରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକାକୁ ବିବାହ ଭୋଜିରେ ଯୋଗ ଦେବା ପାଇଁ ଏକ ବଲେରୋ (ଓଡି ୩୧ଏ ୭୦୭୦) ଯୋଗେ କିଛି ଲୋକ ଯାଉଥିବା ସମୟରେ ଦମାମୁଣ୍ଡା ବୁଲାଣି ରାସ୍ତାରେ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ନିକଟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇ ପାର୍ଶ୍ବରେ ଥିବା କ୍ଷେତ ଭିତରକୁ ପଶି ଯାଇଥିଲା। ଫଳରେ ଏଥିରେ ବସିଥିବା ତିନିଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସମାଜସେବୀ କୃପାସିନ୍ଧୁ ସୁନାଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ସୋନପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଏଥିରେ ବସିଥିବା ଜଣେ ନାବାଳିକାଙ୍କ ନାକରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର