୫ ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗିରଫ

ବାଲେଶ୍ବର: ଦୀର୍ଘଦିନ ପରେ ଶିଳ୍ପାଞ୍ଚଳ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା ଲାଗିଛି। ଏଟିଏମ୍‌ରୁ ଟଙ୍କା ଉଠାଇବା ପରେ ଟ୍ରାଞ୍ଜାକ୍ସନ୍‌କୁ ଡିକ୍ଲାଇନ୍‌ ଦେଖାଇ ବ୍ୟାଙ୍କରୁ ପୁଣି ସମାନ ପରିମାଣର ଟଙ୍କା ନେଉଥିଲେ। ଓଡ଼ିଶାରୁ ୟୁପି ଯାଏ ଚେର ଲମ୍ବିଥିବା ଏଭଳି ଏକ ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗକୁ ଶିଳ୍ପାଞ୍ଚଳ ଥାନା ପୁଲିସ ଠାବ କରିଛି।

ପୁଲିସ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଉତ୍ତରପ୍ରଦେଶ କାନପୁର ଅଞ୍ଚଳର ପୱନ କୁମାର ସିଂ(୨୮), ସଞ୍ଜୟ କେଶରୱାନୀ ଓରଫ କାଲୁ କେଲାୱାଲା(୨୭), କମଳକାନ୍ତ(୩୫), ଗୋବିନ୍ଦ ଚୌରାସିଆ(୨୬) ଓ ଅଭିଷେକ ସିଂହ ଚାଣ୍ଡେଲ୍‌ ଓରଫ ଗୋଲୁ(୨୭)। ପୁଲିସ ସେମାନଙ୍କ ଠାରୁ ଗୋଟିଏ ମାରୁତି ସୁଜୁକି ବ୍ରେଜା, ନଗଦ ୬୪ ହଜାର ଟଙ୍କା, ୮ମୋବାଇଲ୍‌ ଫୋନ୍‌ ଓ ୧୫୮ଟି ଏଟିଏମ୍‌ କାର୍ଡ ଜବତ କରିଛି।

ସମ୍ବନ୍ଧିତ ଖବର