ଏସ୍‌ଡିପିଓ ଭାବରେ ନିଯୁକ୍ତି ପାଇଲେ ୫ ଜଣ ଆଇପିଏସ୍‌ ଅଫିସର

ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ୫ ଜଣ ଆଇପିଏସ୍‌ ଅଫିସର୍‌ଙ୍କୁ ଶନିବାର ଏସ୍‌ଡିପିଓ ଭାବରେ ନିଯୁକ୍ତି ମିଳିଛି। ପଦ୍ମିନୀ ସାହୁଙ୍କୁ ବ୍ରହ୍ମପୁର ଏସ୍‌ଡିପିଓ ଭାବରେ ନିଯୁକ୍ତି ମିଳିଥିବା ବେଳେ ଶର୍ବଣା ବିବେକ ଏମ୍‌ଙ୍କୁ ମାଲକାନଗିରି ଏସ୍‌ଡିପିଓ ଭାବରେ ନିଯୁକ୍ତି ମିଳିଛି। ସେହିପରି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏସ୍‌ଡିପିଓ ଭାବରେ କୁଶାଲକର ନୀତିନ ଡାଗଡୁ, ଜୟପୁର ଏସ୍‌ଡିପିଓ ଭାବରେ ପ୍ରତ୍ୟୁଷ ଦିବାକର ଓ କେନ୍ଦୁଝର ଜିଲ୍ଲା ବଡ଼ବିଲ ଏସ୍‌ଡିପିଓ ଭାବରେ ରାହୁଲ ଜୈନ ନିଯୁକ୍ତି ପାଇଛନ୍ତି।

ସମ୍ବନ୍ଧିତ ଖବର