ନୂଆପଡା: ପୁଣି ଆନ୍ଧ୍ର ପ୍ରଦେଶର ଇଟା ଭାଟିରୁ ଆସିଛି ଦାଦନ ଶ୍ରମିକଙ୍କ ନିର୍ଯାତନାର ଏକ ଭିଡିଓ। ଏକ ଭିଡିଓ ପଠାଇ ଶୀଘ୍ର ଉଦ୍ଧାର କରିବାକୁ ନିବେଦନ କରିଛନ୍ତି ଆନ୍ଧ୍ରରେ ନିର୍ଯାତିତ ହେଉଥିବା ୫ ଜଣ ଦାଦନ ଶ୍ରମିକ। କିଛି ମାସ ତଳେ ଜଣେ ଶ୍ରମିକ ଦଳାଲଙ୍କ ପ୍ରରୋଚନାରେ ପଡି ନୂଆପଡା ଜିଲ୍ଲା ସିନାପାଲି ଥାନା ଘାଟମାଲ ପଞ୍ଚାୟତର ତାଲାକୋଟ ଗାଁର ଶ୍ରମିକମାନେ ଆନ୍ଧ୍ର ପ୍ରଦେଶର କଣ୍ଣେଲ ଜିଲ୍ଲା ଏଲେନ୍ଦାକୁଣ୍ତାରେ ଥିବା ପିଏନବି ଇଟାଭାଟିକୁ କାମ କରି ଯାଇ ଥିଲେ। ଏ ଶ୍ରମିକମାନଙ୍କୁ ୩୫ ହଜାର ଟଙ୍କା ଅଗ୍ରୀମ ଦିଆ ଯାଇଥିଲା । ସେଠାରେ ପହଞ୍ଚିଲେ ଖାଇବା ପିଇବା ରହିବା ସବୁ ବୁଝିବାକୁ କୁହା ଯାଇଥିଲା। କିନ୍ତୁ ଇଟାଭାଟି ମାଲିକ ଶ୍ରମିକଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉ ଥିବା ଶ୍ରମିକମାନେ ଭିଡିଓ ଜରିଆରେ ଜଣାଇଛନ୍ତି। ଜିଲ୍ଲା ପ୍ରଶାସନ ଶୀଘ୍ର ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି।
ଆନ୍ଧ୍ରପ୍ରଦେଶରେ ନିର୍ଯାତନାର ଶିକାର ହେଉଛନ୍ତି ୫ ପ୍ରବାସୀ ଓଡ଼ିଆ ଶ୍ରମିକ, ଭିଡିଓ ଭାଇରାଲ
/sambad/media/post_attachments/wp-content/uploads/2023/03/nuapara.jpg)