ଭୁବନେଶ୍ବର: ବିଭିନ୍ନ ମାରଣାସ୍ତ୍ର ଧରି ସୋସିଆଲ ମିଡିଆରେ ଲୋକଙ୍କୁ ଆତଙ୍କିତ କରୁଥିବା କେବିଏନ ଗ୍ରୁପର ୫ ଜଣଙ୍କୁ ଦୁଇଦିନିଆ ରିମାଣ୍ଡରେ ଆଣି ପୁଲିସ ପକ୍ଷରୁ ପଚରାଉଚରା କରାଯାଉଛି। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଆବଶ୍ୟକ ପଡ଼ିଲେ ସେମାନଙ୍କୁ ପୁଣି ରିମାଣ୍ଡରେ ଅଣାଯିବ।କେବିଏନ ଗ୍ରୁପରେ ମୋଟ୍ ୩୦ ସଦସ୍ୟ ଅଛନ୍ତି। ଏହି ଗ୍ରୁପର ମୁଖ୍ୟ ବୁବୁ ଜେନାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଗ୍ରୁପର ଅନ୍ୟ ସଦସ୍ୟଙ୍କୁ ଖୁବଶୀଘ୍ର ଗିରଫ କରାଯିବ। ଏହାଛଡ଼ା ଭାଇରାଲ ହୋଇଥିବା ଭିଡିଓର କିଏ ସୁଟିଂ କରିଥିଲା, ତାହାର ବି ତଦନ୍ତ ଜାରି ରହିଛି। ଭିଡିଓରେ ବ୍ୟବହୃତ ମାରଣାସ୍ତ୍ର ଓ ବନ୍ଧୁକକୁ ଜବତ କରାଯାଇଥିବା ନେଇ ବି ସୂଚନା ଦେଇଛନ୍ତି ଡିସିପି।
ସେ କହିଛନ୍ତି, ଦୁଇଟି ଖେଳନା ବନ୍ଧୁକ ଜବତ କରାଯାଇଛି। ଗୋଟିଏ ସତ ବନ୍ଧୁକ ବି ଜବତ ହୋଇଛି। ଆଉ କିଛି ମାରଣାସ୍ତ୍ର ଜବତ ହୋଇନାହିଁ। ଭିଡିଓରେ ବ୍ୟବହୃତ ଗାଡ଼ିଗୁଡ଼ିକୁ ମଧ୍ୟ ସିଜ୍ କରାଯାଇଛି। ଅନ୍ୟମାନଙ୍କ ଘରେ ଚଢ଼ାଉ କରାଯିବା ସହ ସବୁ ମାରଣାସ୍ତ୍ର ଜବତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/1983dbe0-7157-4b79-8b2c-bc3ad55a0fea.jpg)