୨ଶହ ଲିଟର ଦେଶୀ ମଦ, ୨୮୦ କେଜି ମହୁଲଫୁଲ, ୧୭ କ୍ବିଣ୍ଟାଲ ମହୁଲପୋଚ ଜବତ
ରାଉରକେଲାମ: ସହର ଉପକଣ୍ଠ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଛି। ଦେଶୀ ମହୁଲି ମଦ ତିଆରି ଓ ଚୋରାଚାଲାଣ କରୁଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଥିବାବେଳେ ଜଣେ ଅଭିଯୁକ୍ତକୁ ନୋଟିସ୍ ଦିଆଯାଇଛି।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି କୁକୁଡ଼ା ଗେଟ୍ର ସାଜିଦ ଅନସାରୀ(୩୨), ଝିରପାଣିର ତିରୁପତି ଭୋଇନା(୨୪), ନୁରାଜ ଲୋହାର(୩୦), ତୁମରନର ପିଙ୍କି ମୁଣ୍ଡାରୀ(୩୫), ବେଲଡିହିର ମନ୍କୀ ଟିହୁ(୫୪) ଓ ବଲଣ୍ଡାର ସୁବାସ ତନ୍ତୀ(୩୦)। ସେମାନଙ୍କ ପାଖରୁ ୨ ଶହ ଲିଟର ବେଆଇନ ମହୁଲି ମଦ, ୨୮୦ କେଜି ମହୁଲଫୁଲ ଓ ୧୭୦୦ କେଜି ମହୁଲପୋଚ ଜବତ ହୋଇଛି।
ଏହାସହ ମଦ ଚୋରାଚାଲାଣରେ ବ୍ୟବହୃତ ଗୋଟିଏ ଅଟୋ ଓ ଗୋଟିଏ ସ୍କୁଟି ଜବତ ହୋଇଛି। ବିଭାଗ ପକ୍ଷରୁ ବଲଣ୍ଡା, ବେଲଡ଼ିହି, କୁକୁଡ଼ା, ଝିରପାଣି ଅଞ୍ଚଳରେ ସଦଳବଳ ଚଢ଼ଉ କରାଯାଇଥିଲା। ଓଆଇସି ମନୁ ଆୟେଲ ଓ ଆକାଶ ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ବିଭାଗୀୟ କର୍ମଚାରୀ ସାମିଲଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/09/siqsdUZgAntQObuGhNkX.jpeg)