ରାଉରକେଲା ଷ୍ଟେସନରୁ ପୁଣି ୫ ଜଣ ନାବାଳକ ଉଦ୍ଧାର

ରାଉରକେଲା: ରାଉରକେଲା ରେଲୱେ ଷ୍ଟେସନ୍‌ରୁ ଆଜି ପୁଣି ୫ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ସିଭିଲ ଡିଫେନ୍ସ କଂପାନି କମାଣ୍ଡର ଶୁଭେନ୍ଦୁ ପଣ୍ଡାଙ୍କର ନେତୃତ୍ୱରେ ନାବାଳକମାନେ ଦିନ ଗୋଟାଏ ସମୟରେ ଉଦ୍ଧାର ହୋଇଛନ୍ତି । ସେମାନଙ୍କୁ ପଚାରାଯିବାରୁ କିଛି ସଠିକ ଉତ୍ତର ମିଳିନଥିବାରୁ ନାବାଳକ ମାନଙ୍କୁ ରେଲୱେ ପୁଲିସ ଓ ଚାଇଲଡ଼ ଲାଇନ କର୍ମଚାରୀଙ୍କୁ ଡକାଯାଇ ହସ୍ତାନ୍ତର କରିଥିଲେ। ଏମାନଙ୍କ ବୟସ ୧୭ ବର୍ଷରୁ କାମ ଥିବା ଜଣା ପଡିଛି ଓ ସେମାନେ ସବୁ ମୁଶିର୍ଦବାଦ ଜିଲ୍ଲାର । ଏଥିରେ ସିଭିଲ ଡ଼ିଫେନ୍ସେର ଅଜିତ ପ୍ରସାଦ ଓ ପରୀକ୍ଷିତ ବେହେରା ସହଯୋଗ କରିଥିଲେ। ଅରପିଏଫ ର ଧନଞ୍ଜୟ କର, ଏନ.ସିଂ ମଧ୍ୟ ସହଯୋଗ କରିଥିଲେ।

ସୂଚନାଯୋଗ୍ୟ, ରାଉରକେଲା ଷ୍ଟେସନରୁ ଚଳିତ ମାସ ୫ ତାରିଖରେ ୩ ଜଣ ଓ ୧୦ ତାରିଖରେ ୨ ଜଣ ନାବାଳକ ଉଦ୍ଧାର ହୋଇଥିଲେ । ଏମାନେ ସମସ୍ତେ ବିହାରର ଥିଲେ । ଗତମାସ ୮ ତାରିଖରେ ରାଉରକେଲା ଷ୍ଟେସନରୁ ଜଣେ ସାବାଳକ ସମେତ ଆଠ ନାବାଳକକୁ ଉଦ୍ଧାର କରିଥିଲା ରେଳବାଇ ପୁଲିସ । ଜଣେ ଦଲାଲ ଏମାନଙ୍କୁ ବିହାରର ଜେସିଡିରୁ ରାଉରକେଲା ସେକ୍ଟର ୧୫ ନେଉଥିଲା ।

ଘଟଣା ଦିନ  ମଧ୍ୟାହ୍ନ ପ୍ରାୟ ୧୨ଟା ରାଜେନ୍ଦ୍ରନଗର-ଦୁର୍ଗ ଏକ୍ସପ୍ରେସ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା । ଜେନେରାଲ କୋଚରୁ ଆଠ ନାବାଳକ ଓହ୍ଲାଇବା ପରେ ସମସ୍ତଙ୍କୁ ପ୍ଲାଟଫର୍ମରେ କୋଭିଡ ଟେଷ୍ଟ କରାଯାଇଥିଲା । କେଉଁଠିକି ଯାଉଛ ବୋଲି ଯାଞ୍ଚ ଦାୟିତ୍ୱରେ ଥିବା ଶୁଭେନ୍ଦୁ ପଣ୍ଡା ଓ ଅଜିତ ପାତ୍ର ପଚାରି ଥିଲେ ।  କିନ୍ତୁ ସେମାନେ କିଛି କହି ନ ପାରିବାରୁ ସନ୍ଦେହ ହୋଇଥିଲା । ଏ ସଂକ୍ରାନ୍ତରେ ରେଳବାଇ ପୁଲିସକୁ ଜଣାଇ ଥିଲେ । ପୁଲିସ ସେମାନଂକୁ ଧରି ଚାଇଲଡ ଲାଇନକୁ ହସ୍ତାନ୍ତର କରିଥିଲା ।

ସମ୍ବନ୍ଧିତ ଖବର