ଭବିଷ୍ୟତ ପିଢିଙ୍କ ପାଇଁ ଓଡିଶାର ଏହି ଦୁଇ ଜିଲ୍ଲା ରେକର୍ଡ କରିବ !

ନୂଆଦିଲ୍ଲୀ: ପ୍ରକାଶ ପାଇଛି ନୀତି ଆୟୋଗର ଶିକ୍ଷା ସମ୍ବଦ୍ଧିତ ଏକ ରିପୋର୍ଟ | ଏଥିରେ ଦର୍ଶାଯାଇଛି ଯେ ଭବିଷ୍ୟତ ପିଢ଼ି ପାଇଁ ଦେଶର ୫ଟି ଜିଲ୍ଲାରେ ଗୁଣାତ୍ମକ ଶିକ୍ଷା ଅଭିବୃଦ୍ଧିର ସମ୍ଭାବନା ସବୁଠାରୁ ଅଧିକ | ଦେଶର ଏହି ୫ଟି ଜିଲ୍ଲା ତାଲିକାରେ ଓଡ଼ିଶାର ଦୁଇଟି ଜିଲ୍ଲା ମଧ୍ୟ ସାମିଲ ହୋଇଛି | ପ୍ରମୁଖ ୫ଟି ଜିଲ୍ଲା ତାଲିକାରେ ୩ ନମ୍ବର ସ୍ଥାନରେ ରହିଛି କନ୍ଧମାଳ ଓ ୪ ନମ୍ବର ସ୍ଥାନରେ ରହିଛି କୋରାପୁଟ |


ଏହି ଦୁଇ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଭବିଷ୍ୟତରେ ଶିକ୍ଷା ପାଇଁ ଭଲ ସୁଯୋଗ ରହିଛି ବୋଲି ନୀତି ଆୟୋଗର ରିପୋର୍ଟରେ କୁହାଯାଇଛି | ଏଠାରେ ସୂଚନା ଥାଉ କି ପୂର୍ବରୁ ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଗୁଣାତ୍ମକ ଶିକ୍ଷା ସୂଚକାଙ୍କରେ ଓଡ଼ିଶା ୨୦ଟି ବଡ଼ ରାଜ୍ୟମାନଙ୍କ ମଧ୍ୟରେ ୭ମ ସ୍ଥାନରେ ରହିଛି ବୋଲି ପ୍ରକାଶ ପାଇଥିଲା ।

୨୦୧୫-୧୬ରେ ରାଜ୍ୟ ୧୩ତମ ସ୍ଥାନରେ ଥିବାବେଳେ ଏଥର ୭ମ ସ୍ଥାନକୁ ଉନ୍ନୀତ ହୋଇଛି । ୨୦ଟି ବଡ଼ ରାଜ୍ୟମାନଙ୍କ ମଧ୍ୟରୁ ଶିକ୍ଷା କ୍ଷେତ୍ରରେ କେରଳ ପ୍ରଥମ ସ୍ଥାନରେ ଥିବାବେଳେ ରାଜସ୍ଥାନ ଓ କର୍ଣ୍ଣାଟକ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ଅଛନ୍ତି ।

ସମ୍ବନ୍ଧିତ ଖବର