ନବୀନଙ୍କୁ ଭେଟିଲେ ୫ ସାଂସଦ, ନିଜ ପାଇଁ ନିଜେ କଲେ ଲବି

ଭୁବନେଶ୍ବର : ନିର୍ବାଚନ ବିଗୁଲ ବାଜିବାର ୨୪ ଘଣ୍ଟା ଯାଇନି, ନବୀନ ନିବାସରେ ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି। ଟିକଟ କଟିବା ଭୟ ଏବେ ସମସ୍ତଙ୍କୁ ଘାରିଛି। ଖାସ୍ ସେଥିପାଇଁ ଏବେ ମୁଖିଆଙ୍କୁ ମନାଇବାକୁ େନତାମାେନ ପ୍ରବଳ ଉଦ୍ୟମ ଚଳାଇଛନ୍ତି। ଦଳର କାର୍ପଟଦାରଙ୍କ ଉପରେ ନିର୍ଭର ନକରି ବିଜେଡିର ୫ ସାଂସଦ ନିଜ ପାଇଁ ନିଜେ ଲବି କରିଛନ୍ତି। ଏଭଳି ଉଦ୍ୟମ ଆରମ୍ଭ କରିବାକୁ ଯାଇ ସୋମବାର ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେଡିର ବରଗଡ଼ ସାଂସଦ ପ୍ରଭାସ ସିଂହ, ଯାଜପୁର ସାଂସଦ ରୀତା ତରାଇ, କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, ଜଗତସିଂହପୁର ସାଂସଦ କୁଳମଣି ସାମଲ ଓ କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ। ଦଳ ସୁପ୍ରିମୋଙ୍କୁ ଭେଟି ସାଂସଦମାନେ ସେମାନଙ୍କ ମନର କଥା କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି କାହାକୁ କିଛି ବି ପ୍ରତିଶ୍ରୁତି ଦେଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର