ଭୁବନେଶ୍ୱରରେ ଆଉ ୫ ଜଣ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ହେଲା ୮୬

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ପୁଣି ଥରେ ୫ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ନୂଆ ୫ ଜଣଙ୍କ ମଧ୍ୟରୁ ବାହାର ରାଜ୍ୟରୁ ୪ ଜଣ ଫେରିଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି।

 

ଡୁମଡୁମା ଅଂଚଳର ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗରୁ ଆସିଥିଲେ। ସେହିପରି ପଶ୍ଚିମବଙ୍ଗରୁ ଆସିଥିଲେ ଘାଟିକିଆ ଅଂଚଳର କରୋନା ଆକ୍ରାନ୍ତ। ପୁରୁଣା ଭୁବନେଶ୍ୱର ଅଂଚଳର ଚିହ୍ନଟ ବ୍ୟକ୍ତି ଗୁଜୁରାଟରୁ ଫେରିଥିଲେ। ପୋଖରୀପୁଟ ଅଚଂଳରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଦିଲ୍ଲୀରୁ ଫେରିଥିବା ବେଳେ ଗଜପତି ନଗର ଅଚଂଳରୁ ପଜିଟିଭ ଚିହ୍ନଟ ବ୍ୟକ୍ତି ବାହାରକୁ ଯାଇ ନଥିବା ଯାତ୍ରା ଇତିହାସ ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ପ୍ରଥମ କରୋନା ପଜିଟିଭ ଗତ ମାର୍ଚ୍ଚ ୧୫ ତାରିଖରେ ଚିହ୍ନଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୮୬ ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ୫୧ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଆହୁରି ୩୨ ଜଣଙ୍କର ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର