ସେପ୍ଟେମ୍ବର ୧୫ ଯାଏ ବାତିଲ୍‌ ରହିବ ୫ ପାସେଞ୍ଜର ଟ୍ରେନ୍

ପହିଲାରୁ ଗଡ଼ିବ ଭୁବନେଶ୍ୱର-ବଲାଙ୍ଗୀର ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର: କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ କେତେକ ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ୍‌ଗୁଡ଼ିକ ହେଲା ପୁରୀ-କଟକ-ପୁରୀ ଟ୍ରେନ(୦୮୪୩୨/ ୦୮୪୩୧), ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ଟ୍ରେନ (୦୮୪୧୨/ ୦୮୪୧୧), କଟକ-ଭଦ୍ରକ-କଟକ ଟ୍ରେନ(୦୮୪୩୮/୦୮୪୩୭), କଟକ-ପାରାଦୀପ-କଟକ ଟ୍ରେନ(୦୮୪୬୧/୦୮୪୬୨), କଟକ-ଭଦ୍ରକ-କଟକ ଟ୍ରେନ (୦୮୪୫୪/୦୮୪୫୩)। ସେହିପରି ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ (୦୮୪୨୮/୦୮୪୨୭) ଓ ଖୋର୍ଦ୍ଧା ରୋଡ଼-କେନ୍ଦୁଝରଗଡ଼-ଖୋର୍ଦ୍ଧା ରୋଡ ଟ୍ରେନ(୦୮୪୫୬/୦୮୪୫୫) ଶନିବାର ଓ ରବିବାର(ସେପ୍ଟେମ୍ବର ୪, ୫, ୧୧ ଓ ୧୨ରେ) ବାତିଲ୍ ରହିବ।

ସେହିପରି ପୁରୀ-ଅନୁଗୁଳ-ପୁରୀ ଟ୍ରେନ (୦୮୪୨୮/୦୮୪୨୭) ସେପ୍ଟେମ୍ବର ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗକୁ ଶନିବାର ଓ ରବିବାର ବ୍ୟତୀତ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍‌ ରହିବ। ଉଭୟ ଦିଗରୁ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ। ଅନ୍ୟପକ୍ଷରେ ଭୁବନେଶ୍ୱର-ବଲାଙ୍ଗୀର ସ୍ୱତନ୍ତ୍ର ଟ୍ରେନ(୦୮୪୯୩/୦୮୪୯୪) ସେବା ଉଭୟ ଦିଗରୁ ସେପ୍ଟେମ୍ବର ପହିଲାରୁ ଉଭୟ ପାର୍ଶ୍ୱରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। କୋଭିଡ-୧୯ ସଂକ୍ରମଣର ଶିକୁଳିକୁ ଭାଙ୍ଗିବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକର ସେବାକୁ ହ୍ରାସ କରାଯାଇଥିଲା।

ସମ୍ବନ୍ଧିତ ଖବର