ବ୍ରହ୍ମପୁର: ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଆଜି ସଂଧ୍ୟାରେ ଟ୍ରେନ୍ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଯାଇଛି। ଭୁବନେଶ୍ବରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ରେ କଟିଯାଇ ୫ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ଗୁରୁତର ଅଛନ୍ତି। ତାଙ୍କୁ ଶ୍ରୀକାକୁଲମ୍ ମେଡିକାଲରେ ଭର୍ତ୍ତି କରାଯାଇଛି।
ରାତି ପ୍ରାୟ ସାଢ଼େ ୮ଟା ବେଳେ କୋଇମ୍ବାଟୁର୍-ସିଲ୍ଚର୍ ଏକ୍ସପ୍ରେସ୍ ବ୍ରହ୍ମପୁର ଆଡ଼କୁ ଆସୁଥିବା ବେଳେ ବିଶାଖାପାଟଣା-ପଲାସା ମଝିରେ ଥିବା ସିଗଦାମ୍-ଚେପୁରୁପଲ୍ଲୀ ନିକଟରେ କିଛି ଯାତ୍ରୀ ଚେନ୍ ପୁଲିଂ କରି ଓହ୍ଲାଇ ଯାଇଥିଲେ। ୬ଜଣ ଯାତ୍ରୀ ଟ୍ରେନ୍ରୁ ଓହ୍ଲାଇ ଲାଇନ୍ ପାର ହେବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ବ୍ରହ୍ମପୁର ପଟୁ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟଜଣେ ଯାତ୍ରୀ ଗୁରୁତର ହୋଇଥିଲେ। ତାଙ୍କୁ କୋଇମ୍ବାଟୁର୍-ସିଲ୍ଚର୍ ଟ୍ରେନ୍ରେ ଶ୍ରୀକାକୁଲମ୍ ରୋଡ଼କୁ ନିଆ ଯାଇଥିଲା। ସେଠାରୁ ଆମ୍ବୁଲାନ୍ସରେ ତାଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
କୋଣାର୍କ ଏକ୍ସପ୍ରେସ୍ରେ କଟିଗଲେ ୫ ଯାତ୍ରୀ
/sambad/media/post_attachments/wp-content/uploads/2022/04/train1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)