ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୮୪ ଗ୍ରାମରେ ଗୋଟିଏ ଘର ଭିତରେ ଚାଲିଥିବା ଜୁଆ ଆଡ୍ଡାରେ ପୁଲିସ ଚଢ଼ଉ କରି ୫ ଜଣ ଜୁଆଡିକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଏମଭି ୮୪ ଗ୍ରାମ ଅମଲ ଦେ, ବଲାଇ ମଣ୍ଡଳ, ଏମଭି ୮୩ ଗ୍ରାମର ସାମଲ ରାୟ, ଅମୁଲ୍ୟ ସରଦାର ଓ ପଦ୍ମିଗିର ଗ୍ରାମର ସାମଲ ଅଧିକାରୀ। ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ସାଢ଼େ ୩ଟା ବେଳେ ମାଲକାନଗିରି ଥାନାର ଏଏସଆଇ ଭଞ୍ଜନ କୁମାର ଜେନା ପୁଲିସ ଟିମ୍ ସହ ପେଟ୍ରୋଲିଂ କରୁଥିଲେ। ସେହି ସମୟରେ ଏମଭି ୮୪ ଗ୍ରାମରେ ଗୋଟିଏ ଘର ଭିତରେ ଜୁଆ ଆଡ୍ଡା ଚାଲିଥିବା ଖବର ଆସିବାରୁ ପେଟ୍ରୋଲିଂ ଟିମ୍ ସେହି ଆଡ୍ଡାରେ ଚଢ଼ଉ କରିଥିଲା। ସେଠାରୁ ୫ ଜଣ ଜୁଆଡିକୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ତାସ୍ ଓ ୨୦,୮୨୦ ଟଙ୍କା ପୁଲିସ ଜବତ କରିଥିଲା। ଏଥିସହ ସେଠାରୁ ୨ଟି ବାଇକ ଜବତ କରିଥିବା ନେଇ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।
ଜୁଆ ଆଡ୍ଡା ଉପରେ ଚଢ଼ଉ, ୫ ଜଣ ଗିରଫ
/sambad/media/post_attachments/wp-content/uploads/2023/08/cb774daf-dca5-4d47-869f-3ee19c2a1d10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)