ଚନ୍ଦାହାଣ୍ଡି (ମହମ୍ମଦ ହୁସେନ୍‌): ଛତିଶଗଡ଼ ଅମଲିପଦର ଏବଂ ଦେଓଭୋଗ ଅଂଚଳରୁ ମୋବାଇଲ ଏବଂ ସୁନା ଚୋରି ମାମଲାରେ ଗରିଆବନ୍ଧ ଜିଲ୍ଲା ପୁଲିସ ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳର ଚାରି ଜଣ ଚୋର ଏବଂ ଚୋରି ମୋବାଇଲ କିଣିବା ଆଭିଯୋଗରେ ଜଣକୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ନେଇଁ ଗରିଆବନ୍ଧ ଏସ୍‌ପି ନିଖିଲ ରଖେଚା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ‌ଚୋରି ମାମଲାରେ ମୋଟ ଜଣ ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫ଜଣ ଓଡ଼ିଶାର ଥିବା ବେଳେ ମହିଳା ଜଣକ ଛତିଶଗଡ଼ର ନିବାସୀ। 

Advertisment

୯୭ଟି ଚୋରି ମୋବାଇଲ୍‌ ଜବତ

ସୂଚନାରୁ ପ୍ରକାଶ ଅମଲିପଦର ଗ୍ରାମର ଏକ ମୋବାଇଲ ଦୋକାନରୁ ଗତ ସପ୍ତାହରେ ଚୋରି ହେବା ସହ ଉର୍ମାଲ ଗ୍ରାମର ଏକ ସୁନା ଦୋକାନରୁ ଚୋରି ହୋଇଥିଲା। ଏହି ଚୋରି ମାମଲା ରେ ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ବୋରିଗୁଡା ଗ୍ରାମର ବାପା ପୁଅ ଭୁବନେଶ୍ୱର ବାରିକ (୩୯), ସୁରଜ ବାରିକ(୨୧), ଭୂପେନ୍ଦ୍ର ନେତାମ (୨୦), ଲିଙ୍ଗରାଜ ନେତାମ (୨୨) ଏବଂ ଚୋରି ମୋବାଇଲ କିଣିବା ଅଭିଯୋଗରେ ଦେଓବନ୍ଧ ଗ୍ରାମର ଦେବାଶିଷ ରାଉତ ଓ ରାୟପୁରର ପ୍ରୀତ ମିସ୍ତ୍ରୀଙ୍କୁ ଗିରଫ କରିବା ସହ ଏମାନଙ୍କ ନିକଟରୁ ୯୬ ଗୋଟି ଦାମୀ ମୋବାଇଲ ଫୋନ, ୪୩.୦୪ ଗ୍ରାମ ରୁପା, ୨.୧୦୯ ଗ୍ରାମ୍‌ ସୁନା ଗହଣା, ୫୭ ହଜାର ନଗଦ ଟଙ୍କା ଏବଂ ଚୋରି କାର୍ଯ୍ୟରେ ବ୍ୟବହୃତ ଏକ କାର ପୁଲିସ ଜବତ କରିଛି।

ଆହୁରି ପଢ଼ନ୍ତୁ: Investment In Projects: ୩୩ଟି ପ୍ରକଳ୍ପରେ ନିବେଶ ହେବ ୧.୪୬ ଲକ୍ଷ କୋଟି ଟଙ୍କା

ଦୁଇ ମାସ ହେଲା ଚୋର ସକ୍ରିୟ

ପ୍ରକାଶ ଥାଉକି ଗତ ଦୁଇ ମାସ ହେବ ଚନ୍ଦାହାଣ୍ଡି ଅଂଚଳରେ ବହୁ ସ୍ଥାନରୁ ଚୋରି ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଚନ୍ଦାହାଣ୍ଡି ପୋଲିସ ଗୋଟିଏ ମଧ୍ୟ ଚୋରି ମାମଲା ରେ ଚୋର ଧରିବାରେ ବିଫଳ ହୋଇଥିବା ବେଳେ ଛତିଶଗଡ ପୁଲିସ ଚନ୍ଦାହାଣ୍ଡି ଆସି ଚୋରଙ୍କୁ ଗିରଫ କରୁଛି। ଯାହା ଚନ୍ଦାହାଣ୍ଡି ପୋଲିସ ର କାର୍ଯ୍ୟ ଦକ୍ଷତା ଉପରେ ଆଙ୍ଗୁଳି ନିର୍ଦେଶ କରୁଛି। ଏହି ଚୋରି ଜିନିଷର ମୂଲ୍ୟ ୨୭ ଲକ୍ଷ ୪୨ ହଜାର ହେବ ବୋଲି ଗରିଆବନ୍ଧ ଏସପି ନିଖିଲ ରଖେଚା ପ୍ରକାଶ କରିବା ସହ ସମସ୍ତଙ୍କ ନାମରେ ଅମଲିପଦର ଥାନାରେ ଗୋଟିଏ ଏବଂ ଦେଓଭୋଗ ଥାନାରେ ତିନିଟି ଚୋରି ମାମଲା ରୁଜୁ ହୋଇଥିବା ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: Cabinet Approves: ରାଜ୍ୟ କ୍ୟାବିନେଟ୍‌ରେ ୪ଟି ବିଭାଗର ୫ଟି ପ୍ରସ୍ତାବକୁ ଅନୁମୋଦନ