ଜଗତସିଂହପୁର: ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରୁ କୋଇଲା ଚୋରି କରି ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ ଝାଡ଼ଖଣ୍ଡର କମଲ ଶେଖ୍ (୩୨), ଯାଜପୁରର ଗଲିଫ୍ ଓରଫ ଗଲିବ୍ ହାସ୍ମୀ(୩୩), ବରଦା ବେହେରା (୩୨), ରାକେଶ କୁମାର ପଣ୍ଡା (୩୦) ଓ ଗଣେଶ ଓରଫ ଶୁଭ୍ରାଂଶୁ ଶେଖର ମହାନ୍ତି (୪୮)।
ପୁଲିସ କହିଛି ଗତ ୨୯ ତାରିଖ ଦିନ ଉପରୋକ୍ତ ଅଭିଯୁକ୍ତମାନେ ପାରାଦୀପ ନିଷିଦ୍ଧାଞ୍ଚଳରୁ ଅଭିଯୁକ୍ତମାନେ କୋଇଲା ଚୋରି କରୁଥିଲେ। ବରଦା ବେହେରା ଓ ଗଲିବ ହାସମୀ ଏହି ଚୋରି ପାଇଁ ଷଡ଼ଯନ୍ତ୍ର କରିଥିଲେ। ପୁଲିସ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରିଥିଲା। ପୁଲିସ ଘଟଣାସ୍ଥଳରୁ ଚୋରି କୋଇଲା, ଏକ ଟ୍ରକ (ଓଡ଼ି-୦୪କ୍ୟୁ ୭୩୬୩), ଦୁଇଟି କାର (ଓଡି୦୪ୟୁ୨୭୭୭ ଓ ଓଡି ୦୧ ୟୁ ୬୮୧୭), କିଛି ମୋବାଇଲ ଫୋନ୍ ଓ ୧,୯୮,୫୦୦ ଟଙ୍କା ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/0507fcd6-ea11-4740-b68a-a8ae12a1a4ad.jpeg)