ହୋଟେଲରେ ଚଢ଼ାଉ, ଗଂଜେଇ ଜବତ ୫ ଗିରଫ

ମାଲକାନଗିରି: ମାଲକାନଗିରି ଗଞ୍ଜେଇ ଧରପଗଡ଼ରେ ମିଳିଛି ପୁଣି ସଫଳତା।ବିଶେଷ ସୂତ୍ରରୁ ଖବର ପାଇ ଆଇଆଇସି ରିଗାନ କିଣ୍ଡୋଙ୍କ ନିର୍ଦେଶକ୍ରମେ ଏସଆଇ କେ ସଙ୍ଗନା ଏକ ଟିମ କରି ହୋଟେଲ ରୋକ ହିଲ ଉପରେ ଚଢ଼ାଉ କରିଥିଲେ। ହୋଟେଲରେ ପଶ୍ଚିମ ଦିଲ୍ଲୀରୁ କିଛି ବ୍ୟକ୍ତି ମାଲକାନଗିରି ଆସି ଗଂଞ୍ଜେଇ ନେଇ ଦିଲ୍ଲୀ ଯିବା  ପାଇଁ ପ୍ରସ୍ତୁତ ହେଉଥିଲେ। ପୁଲିସ ଚଢ଼ାଉ କରି ୫ ଜଣ ଅସମୀକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨୪ କିଲୋ ଗଂଜେଇ ଜବତ କରିଥିଲେ। ଏଥିସହ ସେମାନଙ୍କ ଠାରୁ ୫୦ ହଜାର ଟଙ୍କା ନଗଦ, ୫ଟି ମୋବାଇଲ ଫୋନ ଜବତ କରାଯାଇଛି। ଗିରଫ ହୋଇଥିବା ଅସମୀମାନେ ହେଲେ ପଶ୍ଚିମ ଦିଲ୍ଲୀର ନରେଲା ଅଂଚଳର ଦିବାକର, ମହମ୍ମଦ ରାହିଁ, ରାହୁଲ ପାଶ୍ୱନ, ସବୀର ୱେବ ନାବଲ କିଶୋର। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସମ୍ବନ୍ଧିତ ଖବର