ବାରିପଦା: ବସ୍ ସମୟ ନିର୍ଘଣ୍ଟକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବାରିପଦା ବସ୍‌ଷ୍ଟାଣ୍ଡରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ଖଣ୍ଡା ଚୋଟରେ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ୩ ଜଣ ଆକ୍ରମଣକାରୀଙ୍କ ଉଠାଇ ନେଇ ଥାନାରେ ପଚରାଉଚରା କରୁଛି।

Advertisment

ଦୁର୍ଗା ନାମକ ଏକ ଘରୋଇ ବସ୍ ବାରିପଦାରୁ ବ୍ରହ୍ମପୁରକୁ ଅଧିକାଂଶ ଦିନ ବିଳମ୍ବରେ ଯାଏ। ଏହାକୁ ନେଇ ଆଜି ରାତି ୮ ଟାରେ ଦୁର୍ଗା ବସ୍ ମ୍ୟାନେଜରଙ୍କୁ କିଛି ଜଣ ମାରପିଟ କରିଥିଲେ। ଏହାକୁ ନେଇ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଗୋଟିଏ ଗୋଷ୍ଠୀର କିଛି ଯୁବକ ଖଣ୍ଡା ଓ ଭୁଜାଲି ଧରି ବସ୍‌ଷ୍ଟାଣ୍ଡରେ ପହଁଚି ଥିଲେ। ତାପରେ ହାଣି ଚାଲିଥିଲେ। ଏଥିରେ ୫ ଜଣ ଆହତ ହୋଇଥିଲେ। ଏହାକୁ ନେଇ ବସ୍ ଷ୍ଟାଣ୍ଡ ରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରା ଯାଇଥିବା ବେଳେ ୩ ଜଣ ଆକ୍ରମଣକାରୀ ଙ୍କୁ ବାରିପଦା ଟାଉନ୍ ପୁଲିସ ଉଠାଇ ନେଇଛି।