ମାଲକାନଗିିରି/କୋରାପୁଟ: ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗାଁରେ ଗତ ଶୁକ୍ରବାର ପୁଲିସ ଉପରେ ଗ୍ରାମବାସୀଙ୍କ ଆକ୍ରମଣକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ପୁଲିସକୁ ମାଡ ମାରିବା ଘଟଣାରେ ମାଟିଖାଲ ଗାଁରେ ପୁଲିସ ଟିମ୍ ଛାଉଣି କରିଦିଆଯାଇଛି। କିନ୍ତୁ ଏବ ଗାଁରେ ଆଉ ପୁରୁଷ ନାହାନ୍ତି। କୋରାପୁଟ, ଲମତାପୁଟ ଏବଂ ମାଛକୁଣ୍ଡର ୫ପ୍ଲାଟୁନ ପୁଲିସ ମିଳିତ ଭାବେ ଚଢାଉ ବେଳେ ମଟିଖାଲ ଗାଁ ପୁରୁଷଶୂନ୍ୟ ହୋଇଯାଇଛି । କିନ୍ତୁ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ। ପୁଲିସ ଧନୁ, ତୀର, ଟାଙ୍ଗିଆ ଏବଂ କିଛି ମାରଣାସ୍ତ୍ର ଜବତ କରିଛି ।
/sambad/media/post_attachments/wp-content/uploads/2022/05/0bb1fdf8-bd54-4208-b989-42ec9e1739b0-1024x578.jpg)
ସୂଚନାଯୋଗ୍ୟ, ପୁଲିସକୁ ସୂଚନା ମିଳିଥିଲା ଯେ, କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗ୍ରାମରୁ କିଛି ଲୋକ କାଉଡିରେ ଗଂଜେଇ ଲଦି ଖଇରପୁଟ ବ୍ଲକର ମାଡକାପଦର ଗ୍ରାମ ଦେଇ ପଡୋଶୀ ଛତିଶଗଡକୁ ଚାଲାଣ କରିବେ। ତୁରନ୍ତ ମାଥିଲି ପୁଲିସ, ଗୋବିନ୍ଦପାଲୀ ପୁଲିସ ଏବଂ ମାଲକାନଗିରି ପୁଲିସର ପ୍ରାୟ ୩୦ ଜଣିଆ ଏକ ଟିମ ଗଠନ କରାଯାଇ ରାତି ପ୍ରାୟ ୮ଟା ସମୟରେ ଅପରେସନ ଗଂଜେଇ ଆରମ୍ଭ ହେଲା। ସବୁ ପୁଲିସ କର୍ମଚାରୀ ବାଇକ ଯୋଗେ କୋରାପୁଟ ଏବଂ ମାଲକାନଗିରି ସୀମାନ୍ତରେ ଥିବା ମାଟିଖାଲ ଗ୍ରାମ ନିକଟରେ ପହଞ୍ଚିବା ପରେ କିଛି ସମୟ ସେଠାରେ ଅଟକିବା ପରେ ଗାଁ ଭିତରେ ପଶିଥିଲେ। ସେତେବେଳେ ପ୍ରାୟ ସାଢେ ନଅଟା ହୋଇଥିବ। ଗାଁରେ ପଶି ପୁଲିସ ଘରେ ଘରେ ଗଂଜେଇ ସର୍ଚ୍ଚ କରିଥିଲେ। ଗାଁର ଗୋଟିଏ ପଟେ ବିବାହ ଚାଲିଥିବା ବେଳେ ଗାଁର ପୁରୁଷମାନେ ଭାଲିଆ ବାଡକୁ ଜଗିବାକୁ ଯାଇଥିଲେ।
ତେବେ ପୁଲିସର ଏହି ଚଢାଉରେ ମହିଳାମାନେ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ଗାଁର ସମସ୍ତ ପୁରୁଷ ଏକତ୍ର ହୋଇ ପୁଲିସ ଉପରେ ଆକ୍ରମଣ କରିଥିଲେ। ପୁଲିସ ଗ୍ରାମବାସୀଙ୍କ ଏଭଲି ଅଚାନକ ଆକ୍ରମଣରେ ପ୍ରସ୍ତୁତ ନଥିଲେ। ତୁରନ୍ତ ଏଣେତେଣେ ଦୌଡିବାକୁ ଲାଗିଲେ। ତେବେ ସେମାନଙ୍କ ମଧ୍ୟରୁ କିଛି ପୁଲିସ ଗ୍ରାମବାସୀଙ୍କ କବଜାରେ ପଡିଯାଇଥିଲେ। ଗ୍ରାମବାସୀଙ୍କ ନିର୍ଦ୍ଧୁମ ମାଡରେ ପ୍ରଦୀପ ନାୟକ ନାମକ କନେଷ୍ଟବଲ ଗୁରୁତର ଆହତ ହୋଇଥିଲେ। ଅନ୍ୟ ୬ ଜଣ ମଧ୍ୟ ସାମାନ୍ୟ ଆହତ ହୋଇଥବା ଜଣାପଡିଛି। କାରଣ ଗ୍ରାମବାସୀ ପଥର ଫିଙ୍ଗି ପୁଲିସକୁ ଆହତ କରୁଥିଲେ। ଗ୍ରାମବାସୀ ଧନୁତୀର ମଧ୍ୟ ଧରିଥିଲେ। କିନ୍ତୁ ଏହାକୁ ସେମାନେ ପ୍ରୋୟଗ କରିନଥିଲେ। ପୁଲିସ ପ୍ରାଣ ବିକଳରେ ଏଣେତେଣେ ଦୌଡି ନିଜର ଜୀବନ ବଞ୍ଚାଇଥିଲେ।
/sambad/media/post_attachments/wp-content/uploads/2022/05/175fd60f-1974-4435-af7d-67c759479cd0-750x430-1.jpg)
ତେବେ ଗଂଜେଇ ଧରିହାକୁ ଯାଇ ମାଲକନଗିରି ପୁଲିସ ହଟହଟା ହେବା ପରେ ଜିଲ୍ଲାରେ ଏବେ ପୁଲିସର ଏଭଳି ଚଢାଉକୁ ନାପସନ୍ଦ କରିଛନ୍ତି। ପୁଲିସ ଗାଁରେ ପଶି ରାତି ଅଧରେ ଚଢଉ କରିବା କେତେ ଯୁକ୍ତିଯୁକ୍ତ ବୋଲି ସ୍ଥାନୀୟ ଲୋକେ ଏବେ ପୁଲିସ ଉପରେ ଅଙ୍ଗୁଳି ଉଠାଉଛନ୍ତି। ଏନେଇ ମାଥିଲି ପୁଲିସ ଆଇଆଇସି ଏସ ନାୟକଙ୍କୁ ପଚାରିବାରୁ ଗଂଜେଇ ଧରପଗଡ ପାଇଁ ଯାଇଥିବା ସ୍ବୀକାର କରିଥିଲେ। ତେବେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେବା ମଧ୍ୟ କହିଥିଲେ। ମାଥିଲି ଥାନାର କନେଷ୍ଟବଲ ପ୍ରଦୀପ ନାୟକ ଗୁରୁତର ଆହତ ହୋଇଥିବା ସ୍ବୀକାର କରିଥିଲେ। ପ୍ରକାଶ ଥାଉକି ଏହା ପୂର୍ବରୁ ଗତ ତିନି ବର୍ଷ ତଳେ ଗଂଜେଇ କାଉଡିଆଙ୍କୁ ଧରିବାକୁ ଯାଇ ଜଣେ ହୋମଗାର୍ଡର ଜୀବନ ଚାଲିଯାଇଥିଲା। ଏଥିରୁ ପୁଲିସ ଶିକ୍ଷ ନେବା କଥା କିନ୍ତୁ ପୁଣି କାଉଡିଆଙ୍କୁ ଧରିବାକୁ ଯାଇ ହଟହଟା ହେବା ଏବଂ କୌଣସି ଅଘଟଣ ଘଟିଥିଲେ କିଏ ଦାୟୀ ହୋଇଥାନ୍ତା ବୋଲି ଆଲୋଚନା ଜୋର ଧରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/4a8df97b-4e27-4f67-8e10-9033caffe495.jpg)