ନୀଳଗିରି: ପାଞ୍ଚ ଜଣ ପୁଲିସ କର୍ମଚାରୀଙ୍କୁ ଅଭିଯୁକ୍ତ ଗୋଡ଼ାଇ ଗୋଡ଼ାଇ ହାଣିଛି। ହତ୍ୟା ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଜାମ୍ବୁଡ଼ିହିସାହିରେ ଶୁକ୍ରବାର ପୁଲିସ ଉପରେ ଆକ୍ରମଣ କରିଛି। ଆକ୍ରମଣର ଶିକାର ହୋଇଛନ୍ତି ଏସ୍ଆଇ ବିରଞ୍ଚି ସାହୁ ଓ ଏଏସ୍ଆଇ ଅନନ୍ତ ମୁର୍ମୁଙ୍କ ସମେତ ୩ ଜଣ କନେଷ୍ଟବଳ। ତେବେ ପୁଲିସ କୌଶଳ କ୍ରମେ ଅଭିଯୁକ୍ତ ପଦ୍ମଲୋଚନ ପାତ୍ରକୁ ଗିରଫ କରିବାରେ ସଫଳ ହୋଇଛି।
/sambad/media/post_attachments/wp-content/uploads/2023/03/nilagiri-hospital.jpg)
ସୂଚନାଯୋଗ୍ୟ, ଏକ ହତ୍ୟା ମାମଲାରେ ସଂପୃକ୍ତ ଅଭିଯୁକ୍ତ ପଦ୍ମଲୋଚନ ପାତ୍ରକୁ ପୁଲିସ ଟିମ୍ ଆଜି ନୋଟିସ ଦେବା ପାଇଁ ଜାମ୍ବୁଡିହିସାହି ଯାଇଥିଲେ। କିନ୍ତୁ ଅଭିଯୁକ୍ତ ଏହାକୁ ତୀବ୍ର ବିରୋଧ କରିଥିଲା। ନୋଟିସ ଦେବା ପାଇଁ କାହିଁକି ଆସିଛ ପଚାରିବା ପରେ କଟୁରୀରେ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଅଭିଯୁକ୍ତର ଆକ୍ରମଣରେ ଏହି ଆକ୍ରମଣରେ ଏଏସ୍ଆଇ ବିରଞ୍ଚି ସାହୁ ଓ ଏଏସ୍ଆଇ ଅନନ୍ତ ମୁର୍ମୁଙ୍କ ବ୍ୟତୀତ ଅନ୍ୟ ତିନିଜଣ କନେଷ୍ଟବଳ ଆହତ ହୋଇଥିଲେ। ଆହତମାନଙ୍କୁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/5c68033a-98b0-4b6e-99c6-6c056c149df9.jpg)