ରାଜ୍ୟର ୫ଟି ନଦୀର ଜଳ ପ୍ରଦୂଷିତ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୫ଟି ନଦୀର ଜଳ ପ୍ରଦୂଷିତ ହୋଇଛି ବୋଲି ସୋମବାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ଏହି ନଦୀ ଗୁଡ଼ିକ ହେଲା ମହାନଦୀ, ଶଙ୍ଖ, କୋଏଲ, ବ୍ରାହ୍ମଣୀ ଓ ବୈତରଣୀ। ମନ୍ତ୍ରୀ ଆରୁଖ କହିଛନ୍ତି, ମହାନଦୀର ୨ଟି, ଶଙ୍ଖ ଓ କୋଏଲର ଗୋଟିଏ ସ୍ଥାନରେ ଜଳ ପ୍ରଦୂଷିତ ହୋଇଛି।

ସେହିପରି ବ୍ରାହ୍ମଣୀର ୪ଟି ଏବଂ ବୈତରଣୀର ୩ଟି ସ୍ଥାନରେ ଜଳ ପ୍ରଦୂଷିତ ହୋଇଛି। କଟକ ଓ ସମ୍ବଲପୁର ସହରର ଆବର୍ଜନା ପାଣି ଯୋଗୁଁ ମହାନଦୀ ଅଧିକ ପ୍ରଦୂଷିତ ହେଉଛି। ସେହିପରି ରାଉରକେଲା ସହରର ଆବର୍ଜନା ପାଣି, ଆରଏସ୍‌ପିର ନିର୍ଗତ ବର୍ଜ୍ୟରୁ ବ୍ରାହ୍ମଣୀର ଜଳ ପ୍ରଦୂଷିତ ହେଉଛି। ମନ୍ତ୍ରୀ ଆରୁଖ କହିଛନ୍ତି, ବୈତରଣୀ, ଶଙ୍ଖ ଏବଂ କୋଏଲ ଜଳ ପ୍ରଦୂଷଣ ମନୁଷ୍ୟକୃତ।

ସମ୍ବନ୍ଧିତ ଖବର