୫ଜଣ ବରିଷ୍ଠ ଓଏଏସ୍‌ଙ୍କୁ ବଦଳି

ଭୁବନେଶ୍ବର : ଆଜି ୫ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି। ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ। ଏହି ବିଜ୍ଞପ୍ତି ଅନୁଯାୟୀ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ମନୋଜ କୁମାର ପାଢ଼ୀଙ୍କୁ ଇପିଏମ୍‌ର ଯୁଗ୍ମ ନିର୍ଦେଶକ ଭାବେ ବଦଳି କରାଯାଇଛି। ଇପିଏମ୍‌ର ଉପ ସଚିବ ଧୀରେନ୍ଦ୍ର ନାଥ କର କ୍ରୀଡ଼ା ଓ ଯୁବସେବା ବିଭାଗକୁ ବଦଳି ହୋଇଛନ୍ତି। କପ୍ତିପଦାର ପୂର୍ବତନ ବିଡିଓ ଯୁଧିଷ୍ଠିର ନାୟକଙ୍କୁ ଓଡ଼ିଶା ଲୋକସେବା କମିସନ, କଟକକୁ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ଭୁବନେଶ୍ବରର ବନ୍ଦୋବସ୍ତ କମିସନରଙ୍କ କାର୍ଯ୍ୟାଳୟରେ କୋର୍ଟ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବିଷ୍ଣୁପ୍ରିୟା ସାହୁ ଭୁବନେଶ୍ବର ଓରେଡ଼ାକୁ ଉପ ନିର୍ଦେଶକ ଭାବେ ବଦଳି ହୋଇଛନ୍ତି। ବରିଷ୍ଠ ଓଏଏସ୍‌ ଆଲୋମଣି ସେଠୀଙ୍କୁ ପୂର୍ବରୁ ବଲାଙ୍ଗୀର ବେଲପଡ଼ାକୁ ତହସିଲଦାର ଭାବେ ବଦଳି ହୋଇଥିଲା। ଏହି ବଦଳି ଆଦେଶ ବାତିଲ କରି ତାଙ୍କୁ ଝାରସୁଗୁଡ଼ାର ପ୍ରକଳ୍ପ ନିର୍ଦେଶକ(ଆରଆଣ୍ଡଆର) ଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର