କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସିଦ୍ଧେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରାୟନୃସିଂହପୁର ଉଚ୍ଚ ବିଦ୍ୟାଳୟରୁ ଆଜି ୫ଜଣ ଛାତ୍ରୀ ଓ ଜଣେ ଶିକ୍ଷୟତ୍ରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ବିଦ୍ୟାଳୟକୁ ବନ୍ଦ କରିଛନ୍ତି ପ୍ରଧାନ ଶିକ୍ଷକ। ପୂର୍ବରୁ କାମାକ୍ଷାନଗର ବ୍ଳକ କାନପୁରା ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟରୁ ୧୪ଜଣ ଛାତ୍ରଛାତ୍ରୀ ଓ ୬ ଜଣ କର୍ମଚାରୀ ଚିହ୍ନଟ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି।
ସେହିପରି କୋଟଗରା ଉଚ୍ଚ ବିଦ୍ୟାଳୟରୁ ୨ ଛାତ୍ରୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି। ଅଁଳାବେରେଣି ମେଡିକାଲ ଅଫିସର ଡାକ୍ତର ପ୍ରମିଳ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଏହା ଉପରେ ଦୃଷ୍ଟି ରଖାଯାଇଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/covid-.europeanpharmaceuticalreview.com_.jpg)