ଅତାବିରା : ଅତାବିରା ଥାନା ଗୋଡ଼ଭଗା ଅଂଚଳରେ ଡକାୟତି କରିବା ପାଇଁ ଉଦ୍ୟମ କରୁଥିବା ୫ ଜଣ ସନ୍ଦିଗ୍ଧ ଅପରାଧୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅପରାଧୀମାନେ ହେଲେ ସମ୍ବଲପୁର ବରେଇପାଲିର ଦେବ ଓରଫ ସୁକଦେବ ସୁନା(୨୭) ଓ ଫାଟକର ସଂକେତ ମିଶ୍ର(୨୦), ଗୋଶାଳା କଦମପଡ଼ାର ରାଜୁ ନାଗ(୨୦), ବରଗଡ଼ ବିଶିପଡ଼ାର ସୁଶାନ୍ତ ମେହେର (୩୦) ଓ ବାନ୍ଦୁଟିକ୍ରାର ପ୍ରଭାସ ଓରଫ ପିଙ୍କୁ ମେହେର(୨୩)।
ଏମାନଙ୍କଠାରୁ ଧାରୁଆ ଚକୁ, ଭୁଜାଲି, ଲୁହା ରଡ଼, ମିର୍ଚ୍ଚା ଗୁଣ୍ଡ ପାକେଟ, ୨ଟି ସ୍କୁଟି (ହିରୋ ମେଷ୍ଟ୍ରୋ - ଓଡି୧୫ ୟୁ-୪୦୦୩ ଓ ଟିଭିଏସ୍ ଜୁପିଟର- ଓଡ଼ି ୧୭ୟୁ୧୬୫୯), ନଗଦ ୧୫୨୦ ଟଙ୍କା ଜବତ ହୋଇଛି। ୪ଜଣଙ୍କ ନାମରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଗତ ୧୫ ତାରିଖ ଗୋଡ଼ଭଗା ଅଂଚଳରେ ଡକାୟତି ପାଇଁ ପ୍ରସ୍ତୁତ ଥିବାବେଳେ ଗୋଡ଼ଭଗା ଫାଣ୍ଡି ଅଧିକାରୀ ବିପିନ ବାଘ, ଏସ୍ଆଇ ଯାଦବ ବାଗ, ମନୋରଂଜନ ଲୁହା, ଲୁକେଶ କୁଜୁର, ସୁଶମନ୍ତ ପଶାୟତ, ଗୋବିନ୍ଦ ମହାନନ୍ଦ ଅପରାଧୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଗିରଫ ୫ ଅପରାଧୀଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/atabira-dakayat.jpg)