ଆଜି ୫ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : କୋଟ୍ଟଭାଲାସା-ପଲାସା ସେକ୍ସନରେ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ ଲାଗି ଆଲମଣ୍ଡା ଓ କୋରୁକୋଣ୍ଡା ଷ୍ଟେସନ୍ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ୨୦ ତାରିଖରେ ୫ଟି ବିଶେଷ ଟ୍ରେନ୍‌ ବାତିଲ୍‌ ହୋଇଛି। ସେଗୁଡ଼ିକ ହେଲା ଭୁବନେଶ୍ବର-ସିକନ୍ଦରାବାଦ ବିଶାଖା ଟ୍ରେନ (୦୭୦୧୫) ଭୁବନେଶ୍ବରରୁ, ହାଓଡା-ଭାସ୍କୋଡାଗାମା ଟ୍ରେନ(୦୮୦୪୭) ହାଓଡାରୁ, ହାଓଡା-ଚେନ୍ନାଇ ଟ୍ରେନ(୦୨୫୪୩) ହାଓଡାରୁ, ଯଶୋବନ୍ତପୁର-ହାଓଡା ଟ୍ରେନ(୦୨୮୭୪) ଯଶୋବନ୍ତପୁରରୁ ଓ ବାଙ୍ଗାଲୋର-ଭୁବନେଶ୍ବର ଟ୍ରେନ (୦୮୪୬୪) ବେଙ୍ଗାଲୁରୁରୁ ବାତିଲ ରହିବ।

ସମ୍ବନ୍ଧିତ ଖବର