ମରାମତି କାର୍ଯ୍ୟ ଯୋଗୁ ୫ ଟ୍ରେନ୍‌ ବାତିଲ

ରାଉରକେଲା: ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ଟାଙ୍ଗରମୁଣ୍ଡା ଓ ବାମରା ମଧ୍ୟରେ ରେଳ ମରାମତି କାର୍ଯ୍ୟ ପାଇଁ  ୪ ଏକ୍ସପ୍ରେସ୍‌ ସହ ଗୋଟିଏ ପାସେଞ୍ଚଜର ଚଳାଚଳ ବାତିଲ ହୋଇଛି। ହାୱଡା-ଟିଟିଲାଗଡ ଇସ୍ପାତ ଏକ୍ସପ୍ରେସ୍‌ର ଯାତ୍ରାକୁ କମାଇ ଦିଆଯାଇଛି। ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ୍‌ (୧୮୧୦୫/୧୮୧୦୬) ରବିବାର ଅର୍ଥାତ୍‌ ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି।

ରାଉରକେଲା-ଝାସୁଗୁଡା-ରାଉରକେଲା ମେମୁ ପାସେଞ୍ଜର ସେମିତି ରବିବାରଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ ନାହିଁ। ହଟିଆ-ଝାରସୁଗୁଡା-ହଟିଆ ଏକ୍ସପ୍ରେସ୍‌ ମଧ୍ୟ  ଚାରି ଦିନ ଅର୍ଥାତ୍‌ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ସେମିତି ରାଉରକେଲା ଦେଇ ଯାତାୟତ କରୁଥିବା ରାଜନ୍ଦ୍ରେନଗର-ଦୁର୍ଗ ସାଉଥ ବିହାର ଏକ୍ସପ୍ରେସ୍‌ ଶନିବାର ଗୋଟିଏ ଦିନ ବାତିଲ ରହିଥିଲା। ଦୁର୍ଗ-ରାଜେନ୍ଦ୍ରନଗର ସାଉଥ ବିହାର ଏକ୍ସପ୍ରେସ୍‌ ଆସନ୍ତାକାଲି (ରବିବାର) ବାତିଲ ହୋଇଛି।

ହାୱଡା-ଟିଟିଲାଗଡ ଇସ୍ପାତ ଏକ୍ସପ୍ରେସ୍‌ (୧୨୮୭୧) ରିବବାର ରାଉରକେଲା ଷ୍ଟେସନ ପର୍ଯ୍ୟନ୍ତ ଆସିବ। ପୁଣି ରାଉରକେଲାରୁ ହାୱଡା ପର୍ଯ୍ୟନ୍ତ ଯିବ। ଅନୁରୂପ ଭାବେ ଟିଟିଲାଗଡ-ହାୱଡା ଇସ୍ପାତ ଏକ୍ସପ୍ରେସ୍‌ ରବିବାର ଟିଟିଗଲାଗଡ ଛାଡି ଝାରସୁଗୁଡା ଷ୍ଟେସନ ପର୍ଯ୍ୟନ୍ତ ଆସିବ। ପୁଣି ଝାରସୁଗୁଡାରୁ ଟିଟିଲାଗଡ  ପର୍ଯ୍ୟନ୍ତ ଯିବ।

ସମ୍ବନ୍ଧିତ ଖବର