୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

ବଣାଇଗଡ଼: ବଣାଇ ଉପଖଣ୍ଡର ଲହୁଣିପଡ଼ା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୫ ବର୍ଷର ଶିଶୁକନ୍ୟାକୁ ପଡ଼ୋଶୀ ଜଣେ ୧୫ ବର୍ଷର ନାବାଳକ ଦୁଷ୍କର୍ମ କରିବା ଚର୍ଚ୍ଚାର ବିଷୟ ସାଜିଛି। ଘଟଣାରୁ ପ୍ରକାଶ ଯେ ଗତକାଲି ଦିନବେଳେ ଏହି ଶିଶୁକନ୍ୟାଟି ତାଙ୍କ ପଡ଼ୋଶୀଘରେ ଏକୁଟିଆ ଥିବା ନାବାଳକ ସହିତ ଖେଳୁଥିଲା। ଏହି ସମୟରେ ନାବାଳକ ଜଣକ ଶିଶୁକନ୍ୟାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଶିଶୁକନ୍ୟାଟି କିଛି ଜାଣି ପାରିନଥିବା ବେଳେ ଅତଧିକ ରକ୍ତସ୍ରାବ ହେବାରୁ କାନ୍ଦିବାରେ ଲାଗିଥିଲା। କିଛି ସମୟ ପରେ ଶିଶୁକନ୍ୟାର ବାପାମା’ ଘରକୁ ଆସି ଏହା ଦେଖି ସ୍ତବ୍ଧ ହୋଇଯାଇଥିଲେ। ଏ ବିଷୟରେ ଲହୁଣିପଡ଼ା ଥାନାରେ ଏତଲା ଦେବା ପରେ ଲହୁଣିପଡ଼ା ଥାନା ଅଧିକାରୀ ସନ୍ତୋଷ ଜେନା ଘଟଣା ତଦନ୍ତ କରି ନାବାଳକକୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ପୀଡ଼ିତା ଶିଶୁକନ୍ୟାକୁ ଡାକ୍ତରୀ ପରୀକ୍ଷା ପାଇଁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର