ଗଞ୍ଜେଇ ଚାଲାଣ ମାମଲାରେ ୫ ବର୍ଷ କାରାଦଣ୍ଡ

ଆନନ୍ଦପୁର : ଚୋରା ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ଗୁରୁବାର ଦିନ ଆନନ୍ଦପୁର ଅତିରିକ୍ତ ଜିଲ୍ଲାଜଜ୍ ରଞ୍ଜନ କୁମାର ସୂତାର ଅଭିଯୁକ୍ତ ଦିଲ୍ଲୀପ୍ କୁମାର ବେହେରାଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି। ଜରିମାନା ଅନାଦେୟ ଆଉ ୫ମାସ କାରାଦଣ୍ଡପାଇଁ ରାୟରେ ଉଲ୍ଲେଖ ରହିଛି।

ସୂଚନା ଅନୁସାରେ ସାଇଁକୂଳର କାଳନ୍ଦୀ ବେହେରାଙ୍କ ପୁଅ ଦିଲୀପ୍ ବେହେରା ୧୯୯୭ ମସିହାରେ ଏକ ବାଇକରେ ୧୦ କେଜି ଗଞ୍ଜେଇ ଧରି ଆସୁଥିବାବେଳେ ଆନନ୍ଦପୁର ଅବକାରୀ ବିଭାଗର ଏସ୍ଆଇ ମୃତ୍ୟୁଞ୍ଜୟ ବେହେରା ତାଙ୍କୁ ଧରିଥିଲେ। ଏନଡିପିଏସରେ ଏକ ମାମଲା ରୁଜୁ କରାଯାଇଥିଲା। ସରକାରୀ ଓକିଲ ମହେନ୍ଦ୍ର ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର