ବଲାଙ୍ଗୀର : ବୁଢ଼ାବୁଢ଼ୀଙ୍କ ଭତ୍ତାଟଙ୍କା ହଡ଼ପ କରିବା ଅଭିଯୋଗରେ ବଲାଙ୍ଗୀର ପୌରପାଳିକାର ୫ ଜଣ କର୍ମଚାରୀ ଆଶିଷ ମହାପାତ୍ର, ଅଶୋକ କୁମ୍ଭାର, ପ୍ରଶାନ୍ତ ପ୍ରଧାନ, ସୁଦାମ ସିଂ ସାହାଣୀ ଓ ଜିତେନ୍ଦ୍ର କୁମ୍ଭାରଙ୍କୁ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବନ କରାଯାଇଛି।

Advertisment

ବଲାଙ୍ଗୀର ପୌରପାଳିକାରେ ଗତ ଦୁଇବର୍ଷ ହେଲା ୩୦ ପ୍ରତିଶତ ହିତାଧିକାରୀଙ୍କୁ ପ୍ରତ୍ୟକ୍ଷ ଭତ୍ତା ଦିଆଯାଇଛି। ବାକି ୭୦ ପ୍ରତିଶତ ବାର୍ଦ୍ଧକ୍ୟଭତ୍ତା ଦାୟିତ୍ୱରେ ଥିବା ପୌର କର୍ମଚାରୀ ୱାର୍ଡୱାରି ବଣ୍ଟନ କରିଥାନ୍ତି। କିନ୍ତୁ ଉଭୟ ଅନ୍‌ଲାଇନ୍‌ ଓ ପ୍ରତ୍ୟକ୍ଷ ଭତ୍ତା ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଛି। ୫-ଟି ଅଧୀନରେ ପୌରପାଳିକା ଥିଲେ ମଧ୍ୟ ଏଠାରେ ଭତ୍ତା ପ୍ରଦାନରେ ପୁଳାପୁଳା ଦୁର୍ନୀତି ହୋଇଥିବା ୨୦୧୯-୨୦ ଆର୍ଥିକ ବର୍ଷର ଅଡିଟ୍‌ ରିପୋର୍ଟରେ ଧରାପଡ଼ିଛି।

ଅନ୍ୟପକ୍ଷରେ, ଅଡିଟରେ ଧରାପଡ଼ିବା ପରେ ଟଙ୍କା ଫେରସ୍ତ କରୁଛନ୍ତି କର୍ମଚାରୀ। ଆଶିଷ ମହାପାତ୍ର ଗତ ୧୩ ତାରିଖରେ ୧ ଲକ୍ଷ ୫ ଶହ ଟଙ୍କା ଓ ଅଶୋକ କୁମ୍ଭାର ୨୦ ହଜାର ୬ ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ରିକଭରି ଜମା କରିଛନ୍ତି।