୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରି ପତାକା ଉତ୍ତୋଳନ କଲେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ

ଭୁବନେଶ୍ବର: ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର କାର୍ଯ୍ୟାଳୟରେ ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଜେଡି କାର୍ଯ୍ୟାଳୟରେ ଦଳର ଉପସଭାପତି ଦେବୀ ମିଶ୍ର ପତକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ଅବସରରେ ବିଜେଡି ସାଧାରଣ ସଂପାଦକ ସଂଜୟ ଦାସ ବର୍ମା, ଭୁବନେଶ୍ୱର ଉତ୍ତର, ମଧ୍ୟ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ସମେତ ବହୁ କର୍ମୀ ଉପସ୍ଥିତ ରହିଥିଲେ ।

ସେହିପରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ପିସିସି ସଭାପତି କହିଛନ୍ତି, ଦେଶରେ ଏବେ ସମ୍ବିଧାନର ସୁରକ୍ଷା ଜରୁରୀ ହୋଇପଡ଼ିଛି । ସେହିପରି ରାଜ୍ୟ ବିଜେପି କାର୍ଯ୍ୟଳୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ରାଜ୍ୟ ବିଜେପି ସଭାପତି ପ୍ରତିକ୍ରିୟା ରଖି କହିଛନ୍ତି, ସବକା ସାଥ ସବକା ବିକାଶ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କରାଯାଉଛି ।

ସମ୍ବନ୍ଧିତ ଖବର