ଭଦ୍ରକ : ଶ୍ରୀରାମ ନବମୀ ମହାଯଜ୍ଞ ପାଇଁ ଏବେ ପୁଲିସ ଛାଉଣିରେ ଭଦ୍ରକ ସହର। ଚାରିଆଡେ ଖାଲି ପୁଲିସ ଓ ସୁରକ୍ଷା କର୍ମୀ। ପ୍ରତିଦିନ ଫୋର୍ସ ବଢ଼ି ଚାଲିଛି। ସନ୍ଧ୍ୟା ହେଲେ ପୁଲିସର ଫ୍ଲାଗ ମାର୍ଚ୍ଚ। ଏଥିସହିତ ୧୪୪ ଧାରାକୁ ବଳବତ୍ତର ରଖାଯାଇଛି। ୧୮ତାରିଖରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଶ୍ରୀରାମ ନବମୀ ମହାଯଜ୍ଞକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ପୁଲିସ ଆଗୁଆ ସଜାଗ ରହିଛି। ଶ୍ରୀରାମ ନବମୀ ମହାଯଜ୍ଞରେ ପ୍ରତିବର୍ଷ ହେଉଥିବା କଳସ ଶୋଭାଯାତ୍ରା ଓ ନଗର ସଂକୀର୍ତ୍ତନ ଉପରେ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇବା ପରେ ହଜାର ହଜାର ରାମଭକ୍ତ ଓ ଶ୍ରୀରାମ ନବମୀ ମହାଯଜ୍ଞ କମିଟି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପ୍ରଶାସନର ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରି କମିଟି ପକ୍ଷରୁ ହାଇକୋର୍ଟରେ ଏକ ରିଟ୍ ପିଟିସନ୍ ଫାଇଲ୍ କରିଥିଲେ। ଗତକାଲି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିିକୁ କାଏମ ରଖିଥିଲେ। ଶୋଭାଯାତ୍ରା ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ଜିଲ୍ଲାର ଚାନ୍ଦବାଲି, ଧାମନଗର, ବାସୁଦେବପୁର, ବନ୍ତ, ଭଣ୍ଡାରିପୋଖରୀ ଓ ତିହିଡ଼ିିରେ ପ୍ରତିବାଦ ସଭା କରାଯାଇଛି। ଆଜି ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସହର ସାରା ପୁଲିସ ଛାଉଣି କରାଯିବା ସହ ଜିଲ୍ଲାର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି।
ପୁଲିସ ଛାଉଣିରେ ଭଦ୍ରକ ସହର
/sambad/media/post_attachments/wp-content/uploads/2018/03/bdk3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)