ପ୍ରବଳ ବର୍ଷାଜନିତ ବନ୍ୟା ପ୍ରବାହ ଯୋଗୁଁ ଧୋଇଗଲା ରେଳଧାରଣା; ଅନେକ ଟ୍ରେନ୍‌ ଚଳାଚଳ ବାତିଲ୍‌

ଭୁବନେଶ୍ୱର: ପ୍ରବଳ ବର୍ଷାଯୋଗୁଁ ମଙ୍ଗଳବାର ରାତିରେ ରେଳଧାରଣା ଉପରେ ବନ୍ୟା ଜଳ ପ୍ରବାହ ହୋଇ ମାଟି ଓ ବଜୁରି ଧୋଇଯିବାରୁ ରାୟଗଡ଼ା ଏବଂ ଟିଟଲାଗଡ଼ ମଧ୍ୟରେ ରେଳଗାଡ଼ି ଚଳାଚଳ ବାଧା ପାଇଛି। ଏହି ଲାଇନ୍‌ର ଡାଇକାଲୁ-ଆମ୍ବଦୋଳା ସେକ୍ସନ୍‌ ବିଶେଷ ପ୍ରଭାବିତ ହୋଇଛି।

ଏଥିଯୋଗୁଁ ରେଳବାଇ ଅଗଷ୍ଟ ୭ ତାରିଖ ନିମନ୍ତେ କେତେକ ପାସେଞ୍ଜର୍‌ ଏବଂ ଏକ୍ସ୍‍ପ୍ରେସ୍‌ ଟ୍ରେନ୍‌ର ପଥ ପରିବର୍ତ୍ତନ କରିବା ସହ ଅନ୍ୟ କେତେକକୁ ବାତିଲ କରିଛି।

ସେଗୁଡ଼ିକ ହେଉଛି:
୫୮୩୦୧/ ୫୮୩୦୨ ସମ୍ବଲପୁର-କୋରାପୁଟ-ସମ୍ବଲପୁର ପାସେଞ୍ଜର୍‌
୫୮୩୦୩/ ୫୮୩୦୪ ସମ୍ବଲପୁର-ଜୁନାଗଡ଼ ରୋଡ୍‌-ସମ୍ବଲପୁର ପାସେଞ୍ଜର୍‌
୫୮୫୨୭/ ୫୮୫୨୮ ରାୟପୁର-ବିଶାଖାପାଟଣା-ରାୟପୁର ପାସେଞ୍ଜର୍‌
୧୮୩୦୩/୧୮୩୦୨ ରାୟଗଡ଼ା-ସମ୍ବଲପୁର-ରାୟଗଡ଼ା ପାସେଞ୍ଜର୍‌

ପଥ ପରିବର୍ତ୍ତିତ ଟ୍ରେନ୍‌ଗୁଡ଼ିକ ହେଲା:
୧୨୮୪୪ ଅହମଦାବାଦ-ପୁରୀ (ତା ୫. ୮. ୧୯) ଭାୟା ଟିଟିଲାଗଡ଼-ସମ୍ବଲପୁର-ଅନଗୁଳ-ଖୋର୍ଦ୍ଧା ରୋଡ୍‌
୧୨୮୪୩ ପୁରୀ-ଅହମଦାବାଦ ଏକ୍ସପ୍ରେସ୍‌ (ତା ୬. ୮. ୧୯) ଭାୟା ଦୁବଓ୍ଵାଦା-ବାଲହରଶାହ-ନାଗପୁର
୧୮୬୩୮ ବେଙ୍ଗାଲୁରୁ କ୍ୟାଣ୍ଟ୍‌-ହଟିଆ ଏକ୍ସ୍‍ପ୍ରେସ୍‌ (ତା୬. ୮. ୧୯) ରାୟଗଡ଼ାରୁ ଭାୟା ବିଜିୟାନଗରମ-ଖୋର୍ଦ୍ଧା ରୋଡ୍‌-ଅନଗୁଳ-ସମ୍ବଲପୁର
୧୩୩୫୧ ଧାନବାଦ-ଆଲ୍ଲେପ୍ପି ଏକ୍ସପ୍ରେସ୍‌ (ତା ୬. ୮. ୧୯) ବରଗଡ଼ରୁ ଭାୟା ସମ୍ବଲପୁର-ଅନଗୁଳ-ଖୋର୍ଦ୍ଧା ରୋଡ୍‌-ପଲାଶ-ବିଜିୟନଗ୍ରମ୍‌
୧୨୮୦୧ ବିଶାଖାପାଟଣା-ହଜ୍‌ରତ୍‌ ନିଜାମୁଦ୍ଦିନ୍‌ ଏକ୍ସ୍‍ପ୍ରେସ୍‌ (ତା ୭, ୮.୧୯) ଭାୟା ଦୁବଓ୍ଵଦା-ବାଲହରଶାହ-ନାଗପୁର

ଆଂଶିକ ବାତିଲ ହୋଇଥିବା ଟ୍ରେନ୍‌ଗୁଡ଼ିକ ହେଲା:
ତା ୬. ୮ ୧୯ରେ ଛାଡ଼ିଥିବା ୧୮୫୧୮ ବିଶାଖାପାଟଣା-କୋବ୍ରା ଏକ୍‌ସ୍‌ପ୍ରେସ୍‌ ସିଙ୍ଗାପୁର ରୋଡ୍‌ଯାଏଁ ଚାଲିବା ପରେ ସେଠାରୁ ବିଶାଖାପାଟଣାଯାଏଁ ପାସେଞ୍ଜର୍‌ ସ୍ପେସାଲ୍‌ ଏକ୍‌ସ୍‌ପ୍ରେସ୍‌ ଭାବେ ବିଶାଖାପାଟଣା ଯିବ।
୬. ୮ . ୧୯ରେ କୋବ୍ରା ଛାଡ଼ିଥିବା ୧୮୫୧୭ କୋବ୍ରା-ବିଶାଖାପାଟଣା ଟିଟଲାଗଡ଼ ଯାଏଁ ଯାଇ ସେଠାରୁ କୋବ୍ରା ଯାଏଁ ୧୮୫୧୮ ଏକ୍ସ୍‍ପ୍ରେସ୍‌ ଟ୍ରେନ୍‌ ଭାବେ କୋବ୍ରା ଯିବ।
ସିଙ୍ଗାପୁର ରୋଡ୍‌-ଟିଟଲାଗଡ଼-ସିଙ୍ଗାପୁର ରୋଡ୍‌ ମଧ୍ୟରେ ରେଳସେବା ବାତିଲ କରାଯାଇଛି।
୬. ୮. ୧୯ରେ ରାଉରକେଲା ଛାଡ଼ିଥିବା ୧୮୧୦୭ ରାଉରକେଲା-ଜଗଦଳପୁର ଏକ୍ସ୍‍ପ୍ରେସ୍‌ ଟିଟଲାଗଡ଼ ଯାଏଁ ଚାଲି ସେଠାରୁ ରାଉରକେଲାକୁ ୧୮୧୦୮ ଏକ୍ସପ୍ରେସ୍‌ ଟ୍ରେନ୍‌ ଭାବେ ଯିବ।
୬. ୮. ୧୯ରେ ଜଗଦଳପୁର ଛାଡ଼ିଥିବା ଜଗଦଳପୁର-ରାଉରକେଲା ଏକ୍ସପ୍ରେସ୍‌ ମୁନିଗୁଡ଼ା ଯାଏଁ ଯାଇ ସେଠାରୁ ପାସେଞ୍ଜର୍‌ ଏକ୍ସପ୍ରେସ୍‌ ଭାବେ ଜଗଦଳପୁର ଯିବ।
ଟିଟଲାଗଡ଼-ମୁନିଗୁଡ଼ା-ଟିଟଲାଗଡ଼ ମଧ୍ରରେ ୧୮୧୦୭/୧୮୧୦୮ ନମ୍ବର ଟ୍ରେନ୍‌ ସେବା ବାତିଲ୍‌ କରାଯାଇଛି।
୬. ୮. ୧୯ରେ ହାଓଡ଼ା ଛାଡ଼ିଥିବା ହାଓଡ଼ା-ଜଗଦଳପୁର ଏକ୍ସ୍‌ପ୍ରେସ୍‌ ଟିଟଲାଗଡ଼ ଯାଏଁ ଯାଇ ସେଠାରୁ ୧୮୦୦୬ ଏକ୍ସ୍‍ପ୍ରେସ୍‌ ଭାବେ ହାଓଡ଼ା ଯିବ।
ଟିଟଲାଗଡ଼-ଜଗଦଳପୁର-ଟିଟଲାଗଡ଼ ମଧ୍ୟରେ ୧୮୦୦୫/୧୮୦୦୬ ସେବା ବାତିଲ କରାଯାଇଛି।
୬. ୮. ୧୯ରେ ଭୁବନେଶ୍ୱର ଛାଡ଼ିଥିବା ୧୮୪୩୭ ଭୁବନେଶ୍ୱର-ରାୟଗଡ଼ା-ଜୁନାଗଡ଼ ରୋଡ୍‌ ରାୟଗଡ଼ା ଯାଏଁ ଚାଲିବ।
୭. ୮. ୧୯ ତାରିଖରେ ଟ୍ରେନ୍‌ ନମ୍ବର ୧୮୪୩୮ ଜୁନାଗଡ଼ ରୋଡ୍‌/ରାୟଗଡ଼ା-ଭୁବନେଶ୍ୱର ଏକ୍ସ୍‍ପ୍ରେସ୍‌ ରାୟଗଡ଼ାରୁ ଭୁବନେଶ୍ୱର ଯିବ।
୬. ୮. ୧୯ରେ ଦୁର୍ଗ ଛାଡ଼ିଥିବା ୫୮୫୨୯ ଦୁର୍ଗ-ବିଶାଖାପାଟଣା ପାସେଞ୍ଜର୍‌ ଟିଟଲାଗଡ଼ଯାଏଁ ଯାଇ ସେଠାରୁ ୫୮୫୩୦ ପାସେଞ୍ଜର୍‌ ଭାବେ ଦୁର୍ଗ ଯିବ।
ଟିଟଲାଗଡ଼-ବିଶାଖାପାଟଣା-ଟିଟଲାଗଡ଼ ମଧ୍ୟରେ ୫୮୫୨୯/୫୮୫୩୦ ଟ୍ରେନ୍‌ ସେବା ବାତିଲ କରାଯାଇଛି।

ଏ ସଂକ୍ରାନ୍ତରେ ରେଳବାଇ ଜାରି କରିଥିବା ହେଲ୍‌ପ୍‌ ଡେସ୍କ୍‌ ନମ୍ବରଗୁଡ଼ିକ ହେଉଛି
ସମ୍ବଲପୁର: ୯୪୩୭୩୮୬୭୫୯
ଟିଟଲାଗଡ଼: ୮୪୫୫୮୯୨୮୩୧ ଏବଂ ୯୪୩୭୩୮୬୬୯୩

ପ୍ରବଳ ବର୍ଷା ଯୋଗୁଁ ଆସିଥିବା ଅଚାନକ ବନ୍ୟା ପ୍ରବାହିତ ହେବା ଫଳରେ ସମ୍ପୃକ୍ତ ଅଞ୍ଚଳରେ ପ୍ରାୟ ୧୦୦ ମିଟର ଯାଏଁ ରେଳ ଧାରଣା ତଳୁ ମାଟି ଓ ବଜୁରି ଧୋଇ ହୋଇଯାଇଛି। ଘଟଣାସ୍ଥଳକୁ ଆକ୍ସିଡେଣ୍ଟ୍‌ ରିଲିଫ୍‌ ଟ୍ରେନ୍‌ ଏବଂ ରେଳବାଇ ଇଞ୍ଜିନିୟର୍‌ମାନେ ଯାଇଛନ୍ତି। ପାଣି କମିଲେ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ସେମାନେ ସୂଚନା ଦେଇଛନ୍ତି।

ବେଦାନ୍ତକୁ ଯାଉଥିବା ଗୋଟାଏ ମାଲ୍‌ବାହୀ ଟ୍ରେନ୍‌ ଆମ୍ବଦୋଳା ଷ୍ଟେସନ୍‌ ନିକଟରେ ଅଟକି ରହିଛି।

ସମ୍ବନ୍ଧିତ ଖବର