ବିରାଶାଳ ବିମାନ ଉଡାଣ କେନ୍ଦ୍ରରେ ଅଘଟଣ: ଦୁର୍ଘଟଣାର ଶିକାର ହେଲା ବିମାନ

ଅଳ୍ପକେ ବର୍ତିଲେ ଟ୍ରେନି ପାଇଲଟ

କାମାକ୍ଷାନଗର: ଆଜି ଦିନ ପ୍ରାୟ ୧ଟା ୫୦ ବେଳକୁ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବିରାଶାଳ ବିମାନ ଉଡାଣ କେନ୍ଦ୍ରରେ ଏକ ଅଘଟଣ ଘଟିଯାଇଛି | ସୂଚନା ଅନୁସାରେ ବିମାନଟି ରନୱେରେ ଗଡୁଥିବା ବେଳେ ତଳକୁ ଖସି ଯାଇଥିଲା | ଯାହାଫଳରେ ବିମାନଟି ରାସ୍ତା ତଳକୁ ଖସିଯାଇ ଡ୍ରେନରେ ମାଡ଼ ହୋଇ ଯାଇଥିଲା । ବିମାନରେ ଥିବା ଟ୍ରେନି ପାଇଲଟ ଜଣକ ଆହତ ହୋଇଥିବା ସୂଚନା ରହିଛି ।

ଟ୍ରେନି ପାଇଲଟଙ୍କ ନାମ କରଣ ମଲ୍ଲିକ ହୋଇଥିବାବେଳେ ତୁରନ୍ତ ଅଗ୍ନିଶମ ବାହିନୀ ଆସି ଉଦ୍ଧାର କରି ବିରାଶାଳ ମେଡ଼ିକାଲରେ ଚିକିତ୍ସା କରାଇଥିବା ଜଣାପଡ଼ିଛି । ଗତ ପ୍ରାୟ ୨ବର୍ଷ ତଳେ ଏଠାରେ ବିମାନ ଦୁର୍ଘଟଣା ହୋଇ ଜଣେ ପାଇଲଟଙ୍କ ସମେତ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଯାହାକି ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର